Indus Valley Times

ଭିଜିଲାନ୍ସ ହାତରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି, ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ

 Breaking News

ଭିଜିଲାନ୍ସ ହାତରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି, ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ

ଭିଜିଲାନ୍ସ ହାତରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି, ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ
February 17
17:36 2025

ଭୁବନେଶ୍ୱର,୧୭/୨ : ଲାଞ୍ଚ ନେବା ମହଙ୍ଗା ପଡିଛି, ଲେଫ୍ରିପଡା ତହସିଲର କନିଷ୍ଠ ଯନ୍ତ୍ରୀ ଶ୍ରୀ ଗୋଲେଖ ନାୟକଙ୍କୁ । ଜମି ନିର୍ଦ୍ଧାରଣ ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ।
ସୂଚନାଯୋଗ୍ୟ କନିଷ୍ଠ ଯନ୍ତ୍ରୀ ଜଣକ ମଶାବିରାର ଶ୍ରୀ ଅନନ୍ତ ନାୟକଙ୍କ ଜମି ନିର୍ଦ୍ଧାରଣ କାମ ପାଇଁ ଫାଇଲ କାମ ଆଗକୁ ବଢାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଅନନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ମୁତାବକ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଆଜି ନିଜ କାର‌୍ୟ୍ୟାଳୟରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ତେବେ ଏଥିରେ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଅନ୍ୟ ଜଣେ କର୍ମଚାରୀ ଅରୁଣ ସେଠ ମଧ୍ୟ ଜଡିତ ଥିବା ଜଣାପଡ଼ିଛି । ରାଉରକେଲା ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା ରୁଜୁ କରିଛି । ଏହା ପରେ ଭିଜିଲାନ୍ସ ଅଭିଯୋଗ ଆଧାରରେ ଦୁଇଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031