Indus Valley Times

ମଳଦ୍ବାରରେ ଏୟାର ପାଇପ୍ ପୂରାଇ ଦେବାରୁ ସୋରୁମ୍ କର୍ମଚାରୀଙ୍କ ମୃତ୍ୟୁ

 Breaking News

ମଳଦ୍ବାରରେ ଏୟାର ପାଇପ୍ ପୂରାଇ ଦେବାରୁ ସୋରୁମ୍ କର୍ମଚାରୀଙ୍କ ମୃତ୍ୟୁ

ମଳଦ୍ବାରରେ ଏୟାର ପାଇପ୍ ପୂରାଇ ଦେବାରୁ ସୋରୁମ୍ କର୍ମଚାରୀଙ୍କ ମୃତ୍ୟୁ
October 23
11:00 2025

ଯାଜପୁର,୨୩/୧୦ : ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ନିକଟରେ ଥିବା ହ୍ୟୁଣ୍ଡାଇ କାର ଶୋ’ରୁମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋ’ ରୁମ୍‌ର କାର୍ ଓ୍ବାଶିଂ ବିଭାଗରେ କାର‌୍ୟ୍ୟ କରୁଥିବା କର୍ମଚାରୀମାନଙ୍କ ଥଟ୍ଟାମଜା ଯୋଗୁ ଭାକ୍ୟୁମ କ୍ଲିନର ମେଶିନ ଲାଗି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଜେନାପୁର ହୋତାସାହି ଗ୍ରାମର ସିପୁନ ବେହେରା(୨୩)।
ମଙ୍ଗଳବାର ସନ୍ଧ୍ୟାରେ ସିପୁନ ଓ ତାଙ୍କ କେତେଜଣ ସାଙ୍ଗ ଭ୍ୟାକ୍ୟୁମ କ୍ଲିନର ମେଶିନ ଧରି ଥଟ୍ଟାମଜା ହେଉଥିଲେ। ଏହି ସମୟରେ ଜଣେ ସାଙ୍ଗ ସିପୁନଙ୍କ ମଳଦ୍ୱାରରେ ଭାକ୍ୟୁମ କ୍ଲିନର ମେଶିନ ପାଇପ ଲଗାଇ ମେଶିନ ଚଲାଇ ଦେଇଥିଲେ।
ଫଳରେ ସିପୁନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ତୁରନ୍ତ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ଟା୩୦ରେ ତାଙ୍କର ମୃତ୍ୟୁ ଘଟିଛି। ସିପୁନଙ୍କ ବାପା ନ ଥିବାବେଳେ ସେ ଅତ୍ୟନ୍ତ ଗରିବ ଶ୍ରେଣୀର। ଶୋ’ରୁମ୍‌ରେ ଶ୍ରମିକ ଭାବେ କାର‌୍ୟ୍ୟ କରୁଥିଲେ। ଖବର ଲେଖା ହେବା ପର‌୍ୟ୍ୟନ୍ତ କୋରେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ରାକେଶ ତ୍ରିପାଠୀ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031