Indus Valley Times

ମାଁ ବରଳଦେବୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

 Breaking News

ମାଁ ବରଳଦେବୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ମାଁ ବରଳଦେବୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
January 11
21:22 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେଙ୍ଗେଡ଼ାପଥର ଠାରେ ମାଁ ବରଳଦେବୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଆଗାମୀ ଦିନରେ ଅନୁଷ୍ଠିତ ହେବା ନିମନ୍ତେ ସମାଜସେବୀ ପ୍ରଦୀପ କୁମାର ଡିଗାଲଙ୍କ ଆବାହନ କ୍ରମେ ଏକ ପ୍ରସ୍ତୁତି ବୈଠକ ଏଏମସିଏସ ମହାବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି ।
ଏଥି ସହ ଏକ ସ୍ଥାୟୀ କର୍ମକର୍ତ୍ତା ଚୟନ ମଧ୍ୟ କରାଯାଇଅଛି ଓ ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବିଜେପି ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମବିଶି ଦିଗାଲ ଉପସଭାପତି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିକ୍ରମ ସିଂ ଦଳବେହେରା, ପୂର୍ବତନ ବିଧାୟକ ପ୍ରତିନିଧି ତନୁଜ ଭୋଇ, ସମ୍ପାଦକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ, ସହ ସମ୍ପାଦକ ଭାବେ ଅବସରପ୍ରାପ୍ତ ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗାଲ, କୋଷାଧକ୍ଷ ଭାବେ ସୁମନ୍ତ ନାୟକ ଏବଂ ଗୋପାଳ ପଣ୍ଡା ଚୟନ କରାଯିବା ସହ ମୁଖ୍ୟ ସଭ୍ୟ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ସରପଞ୍ଚ କୁନ୍ଦୁରୁ ମଲିକ, ସମିତି ସଭ୍ୟ ମନୋଜ କୁମାର ଦଳବେହେରା, ଅବସରପ୍ରାପ୍ତ ସହ ନିର୍ଦେଶକ ରାଘବ ମଲିକ, ଗୋବିନ୍ଦ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ବଳରାମ ପ୍ରଧାନ ଜ୍ୟୋତିରାଜ ମହାପାତ୍ର, ପ୍ରେମା ପ୍ରଧାନ, କୁମାର ନାୟକ, ନୀଳମାଧଵ, ହରି ନାଏକ ପ୍ରମୁଖ ନିର୍ବାଚିତ ହୋଇଥିଲେ ।
ପରେ ପରେ ସମଗ୍ର ରାଜ୍ୟରେ ଥିବା ବଛା ବଛା ଖେଳାଳି ମାନଙ୍କୁ ନିମନ୍ତ୍ରଣ କରି ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି ।
ଏହି ବୈଠକରେ ଅଞ୍ଚଳର ଶତାଧିକ ଖେଳପ୍ରେମୀ ଉପସ୍ଥିତ ରହି ଟୁର୍ନାମେଣ୍ଟ ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।
ଏହି ଟୁର୍ନାମେଣ୍ଟ ନିମନ୍ତେ ଏକ ସ୍ଥାୟୀ ମେନେଜମେଣ୍ଟ କମିଟି ସହ ପରିଚାଳନା ନିମନ୍ତେ ଅନ୍ୟାନ୍ୟ କମିଟି ମଧ୍ୟ ଚୟନ କରାଯାଇଥିଲା ।
ଶେଷରେ ସଭାପତି ଶ୍ରୀ ଦିଗାଲ ଧନ୍ୟବାଦ ଅର୍ପଣ କରି ଥିଲେ ।
ମଦ,ଗଞ୍ଜେଇ,ଧଳା ଜହର କବଳରେ ଯୁବପିଢ଼ୀ ସମାଜ : ବୋତଲ ଗଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ
ବାଲିଗୁଡା, ୧୧/୧: କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଅନେକ ଯୁବପିଢ଼ୀ କରେକ୍ସ, ନାଇଟ୍ରୋଜେନ୍ ଟେନ୍ ଟାବ୍‌ଲେଟ୍‌, ଦେଶୀ, ବିଦେଶୀ ମଦ,ଗଞ୍ଜେଇ, ଗୁଟଖା, ସିଗାରେଟ ଓ ତାଠୁ ବଳି ବ୍ରାଉନ୍‌ସୁଗାର ନିଶାରେ କବଳିତ ହୋଇଗଲେଣି । ଯାହାକି ଆଜିର ଯୁବପିଢ଼ୀଙ୍କ ଭବିଷ୍ୟତ ଓ ମୂଲ୍ୟବାନ୍ ଜୀବନକୁ ଏପରି ମାରାତ୍ମକ ନିଶାରେ ବାଜି ଲଗାଉଛନ୍ତି ।
ଯା ଦ୍ୱାରା କି, ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛଉ ନାହାନ୍ତି । ମନ୍ଦିର ହୁଣ୍ଡିର ତାଲା ଭାଙ୍ଗିବା ଠାରୁ ଆରମ୍ଭ କରି ଲୁଟପାଟ୍‌, ଛିନତାଇ, ରାହାଯାନୀ, ଚୋରି, ଡ଼କାୟତି ଏବଂ ସାଇବର ଅପରାଧ ଭଳି କାର୍ଯ୍ୟ ନିଶା ସେବନ ପାଇଁ କରିବାକୁ ତିଳେମାତ୍ର କାହାକୁ ଖାତିର୍ ନକରି କରି ଚାଲିଥିବା ଜଣାପଡିଛି ।
ଏପରିକି, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ, ରାସ୍ତାଘାଟ, ଖୋଲାମେଲା ସ୍ଥାନରେ ନିଶାକାରବାର ଓ ସେବନ ଚାଲିଛି ଏବଂ ମଦବୋତଲ ଗଡ଼ିବାର କିଛି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାକି, ରାସ୍ତା, ବାଟଘାଟ, ସ୍କୁଲ, କଲେଜ ଛକ ପୋଖରୀହୁଡ଼ା, ନିକାଞ୍ଚନ ସ୍ଥାନ, ସାପ୍ତାହିକ ଶନିବାର ହାଟ ମାର୍କେଟ, ସିଟି ସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ରାସ୍ତା କଡ଼ ଭଳି ପ୍ରତ୍ୟେକ ଗଳିକନ୍ଦି ସ୍ଥାନ ଗୁଡ଼ିକରେ ଜୁଆଡ଼େ ଦେଖିବ ସିଆଡ଼େ ମଦବୋତଲ ଗଡ଼ୁଛି, ଏବଂ ପରିତାପର ବିଷୟଏହା ଯେ, ଯାତାୟତ ରାସ୍ତାରେ ମଧ୍ୟ ମଦ୍ୟାପନ କରିବା ସହ ଯାତାୟାତ କରୁଥିବା ଝିଅ, ମହିଳା ମାନଙ୍କୁ ଅସଦାଚରଣ କରୁଥିବା ବହୁ ନଜିର ରହିଛି ।
ମଦ୍ୟ ପାନ କରି ମଦବୋତଲ କୁ ମଦ୍ୟପି ମାନେ ନିଶାରେ ଭାଙ୍ଗି ଦେଉଥିବାରୁ ପଥଚାରୀ ଓ ଗାଈଗୋରୁ ଚଲାବୁଲାରେ ପାଦରେ କାଚ ପଶି ଯାଉଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ସ୍କୁଲ ଓ କଲେଜ ପାଠପଢ଼ିବାକୁ ଆସୁଥିବା ଛାତ୍ର ମାନେ ଅଧ୍ୟୟନ କରିବାକୁ ନ ଯାଇ ନିଶାସେବନକୁ ଆପଣେଇ ନେଇଛନ୍ତି । ବିଶେଷ କରି ମଦ, ଗଞ୍ଜେଇ ଓ ଧଳା ଜହର କବଳରେ କବଳିତ ହୋଇପଡ଼ିଛନ୍ତି । ତେଣୁ ଅବକାରୀ ବିଭାଗ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଯୁବପିଢ଼ୀ ପଥଭ୍ରଷ୍ଟ ହେବାର ଆଶଙ୍କାରୁ ଓହରି ଯାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031