Indus Valley Times

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀକୁ ଆଗମନ

 Breaking News

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀକୁ ଆଗମନ

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀକୁ ଆଗମନ
June 04
21:35 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୩୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣର ଆଜି ଥିଲା ଶେଷଦିନ ଥିଲା ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରୁଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା ।
ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ସ୍ଥାନୀୟ ଯାତ୍ରା କମିଟି ତରଫରୁ ନୀଳଗିରି ଫାର୍ମ ନିକଟସ୍ଥ ଯାତ୍ରା ପଡିଆ ରେ ଚତୁର୍ଥ ଦିନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ର ସଦସ୍ୟ ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଲୋକନାଥ ପାଢ଼ୀ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ପରିପ୍ରେକ୍ଷୀରେ କଟକରୁ ଆସିଥିବା ସତ୍ୟଜିତ ଲାଇଭ ମେଲୋଡି ନିଜ ସହଯୋଗୀ ଙ୍କୁ ନେଇ ନିଜ ନିଜର ସଙ୍ଗୀତ ପରିବେଷଣ କରିଥିଲେ ।
ବୁଧବାର ୩୦ ଦିନରେ ବଜାର ସାହି ଆଚାର‌୍ୟ୍ୟ କଲୋନୀ ପୂଜା କମିଟି ଅଞ୍ଚଳ କୁ ମା \’ମାନଙ୍କ ଆଗମନ ହୋଇଥିଲା । ସନ୍ଧ୍ୟା କାଳୀନ ଆଳତୀ ପରେ ପରେ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଶ୍ରୀଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ ଦେଇ ଆଚାର୍ଯ୍ୟ କଲୋନୀ ଅଞ୍ଚଳରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ । ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ କଲୋନୀ ର କର୍ତ୍ତା ଭାବେ ନାରାୟଣ ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ଉପସ୍ଥିତ ପୁରୋହିତ ଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଗୁରୁବାର ମା’ ମାନଙ୍କ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ଦିବସ ରହିଛି ।
ଶୁକ୍ରବାର ଦିନ ଏହି ଯାତ୍ରା ଉଦଯାପିତ ହେବା ସହ ମା’ମାନେ ନିଜ ନିଜ ପୀଠ ସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିବେ ।
ଏଥିରେ ଯାତ୍ରା କମିଟି ସହ ବଜାର ସାହି ଆଚାର୍ଯ୍ୟ କଲୋନୀ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ପ୍ରବଳ ଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031