Indus Valley Times

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, କୌଣସି ଜଣେ ଚାଷୀଙ୍କର ବି ଟୋକନ ଲାପ୍ସ ହେବ ନାହିଁ

 Breaking News

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, କୌଣସି ଜଣେ ଚାଷୀଙ୍କର ବି ଟୋକନ ଲାପ୍ସ ହେବ ନାହିଁ

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, କୌଣସି ଜଣେ ଚାଷୀଙ୍କର ବି ଟୋକନ ଲାପ୍ସ ହେବ ନାହିଁ
June 30
18:52 2025

ଭୁବନେଶ୍ୱର, ୩୦/୬ : ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍‌ରୁ ଧାନ କିଣିବେ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍ କରିବାକୁ ପଡ଼ିବ । ଫଳରେ ପରବର୍ତ୍ତୀ ସମୟରେ ସରକାର ଧାନ କିଣିବେ ।
ସରକାର ୧୯ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ କିଣା ଯାଇଥିଲା, ଚଳିତ ବର୍ଷ ଅଧିକ କିଣା ଗଲାଣି । ତଥାପି ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍ ଲାପ୍ସ ଯିବନି ।
ଚାଷୀମାନେ ଚିନ୍ତା କରନ୍ତୁ ନାହିଁ । ସରକାର ଧାନ କିଣିବେ । ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାର ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରକୁ ଯାଉଥିବା ଧାନ ଓଡ଼ିଶାରେ ରହିଯାଉଛି। ଫଳରେ ଧାନର ପରିମାଣ ବୃଦ୍ଧି ପାଉଛି । ଚାଷୀଙ୍କ ପରିଶ୍ରମ ବୃଥା ଯିବନି ସରକାର ଉପଯୁକ୍ତ ମୂଲ୍ୟ ଦେଇ ଧାନ କିଣିବେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031