Indus Valley Times

ଯୋଗୀନ୍ଦ୍ରଦେବ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ: ବୌଦ୍ଧ ଜିଲ୍ଲାପାଳ ଦେଲେ ସଫଳତାର ମନ୍ତ୍ର

 Breaking News

ଯୋଗୀନ୍ଦ୍ରଦେବ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ: ବୌଦ୍ଧ ଜିଲ୍ଲାପାଳ ଦେଲେ ସଫଳତାର ମନ୍ତ୍ର

January 29
10:27 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧ : ବୌଦ୍ଧ ସଦର ସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ସେଣ୍ଟେନାରୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି କ୍ଷ ସର୍ବ ପ୍ରଥମେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ବୌଦ୍ଧର ଟିସି ସ୍ବର୍ଗତ ଚିତ୍ତ ରଂଜନ ସାମଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ଶୋକ ସଭା କରା ଯାଇଥିଲା ।
ସଭାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୩ଟି ମା, ୩ଟି ଅ ର ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ପ୍ରଧାନ ଶିକ୍ଷକଙ୍କୁ ସମୟାନୁବର୍ତ୍ତୀ ହେବା ସହ ଛାତ୍ରଛାତ୍ରୀଙ୍କ ଠାରେ ପ୍ରଜ୍ଞା ଓ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଆସନ୍ତା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୫ରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପରୀକ୍ଷା ଦର୍ପଣର ନିୟମିତ ଅଭ୍ୟାସ, ଉତ୍ତମ ପରୀକ୍ଷା ପରିଚାଳନା ଓ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ସ୍ତରରେ ବୌଦ୍ଧ ଜିଲ୍ଲାକୁ ଗୌରବ ଆଣିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ପ୍ରଶ୍ନପତ୍ର ସେଟକୁ ନିୟମିତ ଅଭ୍ୟାସ କରେଇବାକୁ ମତ ପୋଷଣ କରିଥିଲେ । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠି, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣଚନ୍ଦ୍ର ସାମଲ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ପେଡାଗୋଜି ସଂଯୋଜକ ଶିବ ଶଙ୍କର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୭୭ଜଣ ପ୍ରଧାନ ଶିକ୍ଷକ ଓ ୧୬ଜଣ ସାଧନ କର୍ମୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେ ଚାରି ଘଣ୍ଟା ଧରି ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପରୀକ୍ଷା ଦର୍ପଣକୁ ଅଭ୍ୟାସ କରେଇବା, ଜିଲ୍ଲାରେ ଏକ ସାଧନକର୍ମୀ ଟିମ ଗଠନ କରି ପିଲାଙ୍କ ପାଇଁ ଜଟିଳ ବିଷୟର ସରଳୀକରଣ କରିବା, ଡ୍ରପ ଆଉଟ ହ୍ରାସ କରିବା, ମନିଟରିଙ୍ଗ ଟିମ ଗଠନ କରି ପରୀକ୍ଷା ପ୍ରସ୍ତୁତିକୁ ନିରୀକ୍ଷଣ କରିବା ଓ ଜିଲ୍ଲାରେ ଶତ ପ୍ରତିଶତ ପାସହାର ପାଇଁ ଚେଷ୍ଟିତ ହେବାକୁ ଗୁରୁତ୍ୱ ଦେଇଥିଲେ ।
ପ୍ରତି ବିଦ୍ୟାଳୟକୁ ଦୁଇଟି ଲେଖାଏଁ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରା ଯାଇଥିଲା । ଜିଲ୍ଲା ଯୋଜନା ସଂଯୋଜକ ଶ୍ରୀ ଦେବାଶିଷ ଦ୍ୱାରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ ।
ପ୍ରଧାନ ଶିକ୍ଷକମାନେ ତାଙ୍କ ବିଦ୍ୟାଳୟ ସ୍ତରୀୟ ପ୍ରସ୍ତୁତି ଓ ବୋର୍ଡ଼ ପରୀକ୍ଷାରେ ସଫଳତା ନେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଓ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930