Indus Valley Times

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଶା ରସାୟନ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ

 Breaking News

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଶା ରସାୟନ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ

December 12
10:24 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୨/୧୨: ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ରସାୟନ ବିଭାଗ ଏବଂ ଓଡ଼ିଶା ରସାୟନ ବିଭାଗୀୟ ସଂସ୍କାର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ପାଠଚକ୍ର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।
ଏହି ପାଠଚକ୍ରରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଙ୍କ ସଭାପତିତ୍ବ ରେ ଶୁଭାରମ୍ଭ ହୋଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରସାୟନ ବିଭାଗ ସଂସ୍କାର ସଭାପତି ପ୍ରଫେସର ଅଜୟ କୁମାର ବେହେରା,ସ୍ନାତକୋତ୍ତ ପରିଷଦ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ପାତ୍ର,ରସାୟନ ବିଭାଗର ମୁଖ୍ୟ ଓ ସହାୟକ ପ୍ରଫେସର ସତ୍ୟନାରାୟଣ ଗଉଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବିଷୟ ବିଶେଷଜ୍ଞ ଭାବେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ପ୍ରଫେସର ବିଜୟ କୁମାର ମିଶ୍ର,ଅମ୍ରିଶ ମିଶ୍ର,ପ୍ରଫେସର ସତ୍ୟନାରାୟଣ ସାହୁ,ପ୍ରଫେସର ହିରକ୍ ଚକ୍ରବର୍ତ୍ତୀ ଏବଂ ପଦାର୍ଥ ବିଜ୍ଞାନ ର ପ୍ରଫେସର ଦିବାକର ସାହୁ, ପ୍ରତିରକ୍ଷା ଗବେଷଣା ଉନ୍ନୟନ ପରିଷଦ ର ବୈଜ୍ଞାନିକ ଡଃ ସରୋଜ କୁମାର ସାହୁ ଯୋଗଦାନ କରିଥିଲେ।
ବିଷୟ ବିଶେଷଜ୍ଞ ମାନେ Frontiers in chemical science ର ବିବିଧ ଦିଗ ଉପରେ ପର‌୍ୟ୍ୟାଲୋଚନା କରିଥିଲେ।ବିଭାଗର ସହାୟକ ପ୍ରଫେସର ତଥା ଆୟୋଜକ ସଂସ୍କାର ସଂଯୋଜକ ଭାବେ ଡଃ ଅର୍ଚନାମୟୀ ବେହେରା ତାଙ୍କ ଦାୟିତ୍ଵ କୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ।
ଅନୁଷ୍ଠାନ ର ସହାୟକ ପ୍ରଫେସର ଡ଼ଃ ଗଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଏକ ଦିବସୀୟ ପାଠଚକ୍ର ରେ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ,ପ୍ରଧ୍ୟାପିକା,ଛାତ୍ର ଛାତ୍ରୀ ବିପୁଳ ସଂଖ୍ୟାରେ ଯୋଗଦାନ କରି ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930