Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ
September 10
22:25 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, 10/9 : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗିରର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA),ବଲାଙ୍ଗିରର ସହଯୋଗରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ସମ୍ପର୍କିତ POSH ଆଇନ,୨୦୧୩ ଉପରେ ଏକ ସଚେତନତା କା~ðýକ୍ରମ ଆୟୋଜିତ ହୋଇଥିଲା।
ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକଙ୍କ ଗରିମାମୟ ଉପସ୍ଥିତି ଓ ମାର୍ଗଦର୍ଶନ ରହିଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱବିଦ୍ୟାଳୟର ଅଧ୍ୟାପକ,ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସଦସ୍ୟଙ୍କୁ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିରୋଧ, ପ୍ରତିଷେଧ ଓ ପ୍ରତିକାର) ଆଇନ,୨୦୧୩ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା।
ଏଥିସହିତ ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ଏକ ସୁରକ୍ଷିତ,ସମ୍ମାନଜନକ,ସମାବେଶୀ ଓ ଲିଙ୍ଗ-ସମ୍ବେଦନଶୀଳ ପରିବେଶ ସୃଷ୍ଟିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜଜ୍ ଶ୍ରୀ ହିରଣ୍ମୟ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ବ୍ୟତୀତ ମିସ୍ ଆର୍ଗ୍ୟାରୂପା ମିଶ୍ର,ଶ୍ରୀ ପ୍ରିୟବ୍ରତ ଦାଶ ଏବଂ DLSA,ବଲାଙ୍ଗିରର ସଚିବ ଶ୍ରୀ ପବିତ୍ରାନନ୍ଦ ପ୍ରଧାନ ଉପସ୍ଥିତ ରହିଥିଲେ।
ସେମାନେ ଯୌନ ଉତ୍ପୀଡ଼ନ ନିରୋଧ ସମ୍ପର୍କିତ ଆଇନଗତ ବ୍ୟବସ୍ଥା,ପ୍ରତିକାର ପ୍ରକ୍ରିୟା ଓ ଉପଲବ୍ଧ ଆଇନଗତ ସହାୟତା ବିଷୟରେ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଂଯୋଜିକା ଶ୍ରୀମତୀ ସଙ୍ଗୀତା ମୁଣ୍ଡା।କମିଟିର ସଦସ୍ୟ ଦୀପ୍ତିମୟୀ ନାଏକ ଏବଂ NGO ସଦସ୍ୟ ଶ୍ରୀମତୀ ଶ୍ରାବଣୀ ମେହେର ମଧ୍ୟ କାର୍ଯ୍ୟକ୍ରମର ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ଆଲୋଚନାଚକ୍ରରେ କର୍ମକ୍ଷେତ୍ରରେ ଅଧିକାର ଓ ଦାୟିତ୍ୱ,ଯୌନ ଉତ୍ପୀଡ଼ନ ନିରୋଧର ବିଭିନ୍ନ ପଦକ୍ଷେପ,ଅନୁଷ୍ଠାନିକ ବ୍ୟବସ୍ଥାର ଭୂମିକା ଏବଂ ପୀଡ଼ିତାଙ୍କ ପାଇଁ ଉପଲବ୍ଧ ଆଇନଗତ ପ୍ରତିକାର ବିଷୟରେ ଆଲୋଚନା କରାଯାଇଥିଲା।ବକ୍ତାମାନେ ଯୌନ ଉତ୍ପୀଡ଼ନ ନିରୋଧକୁ ଏକ ସାମୂହିକ ଦାୟିତ୍ୱ ଭାବେ ଅଭିହିତ କରିଥିଲେ।
ଶିକ୍ଷାନୁଷ୍ଠାନ ଗୁଡ଼ିକ ଏପରି ଏକ ସୁରକ୍ଷିତ ପରିବେଶ ହେବା ଆବଶ୍ୟକ,ଯେଉଁଠାରେ ମର୍ଯ୍ୟାଦା,ସମାନତା,ସମ୍ମାନ ଓ ପାରସ୍ପରିକ ସହଯୋଗ ସୁନିଶ୍ଚିତ ହୋଇପାରିବ।
ଏହି ପଦକ୍ଷେପକୁ ଅଂଶଗ୍ରହଣକାରୀମାନେ ବ୍ୟାପକ ଭାବେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ POSH ଆଇନ,୨୦୧୩ର ବ୍ୟବସ୍ଥା ଅନୁଯାୟୀ ଯୌନ ଉତ୍ପୀଡ଼ନର ପ୍ରତିରୋଧ,ସଚେତନତା ଓ ପ୍ରତିକାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଏକ ସୁରକ୍ଷିତ ଓ ଉତ୍ପୀଡ଼ନମୁକ୍ତ ଶିକ୍ଷା ପରିବେଶ ଗଠନ ପାଇଁ ସମସ୍ତେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930