Indus Valley Times

ଲୋ-ଭୋଲ୍ଟେଜ ସମସ୍ୟା ଦୂର କଲା ଟିପିଏନଓଡିଏଲ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର

 Breaking News

ଲୋ-ଭୋଲ୍ଟେଜ ସମସ୍ୟା ଦୂର କଲା ଟିପିଏନଓଡିଏଲ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର

ଲୋ-ଭୋଲ୍ଟେଜ ସମସ୍ୟା ଦୂର କଲା ଟିପିଏନଓଡିଏଲ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର
July 21
19:02 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୧/୭ : ପୂରଣ ହେଲା ସାଧାରଣ ଲୋକଙ୍କ ଦାବି। ଦୂର ହେଲା ଲୋ-ଭୋଲ୍ଟେଜ ସମସ୍ୟା। ଲୋକଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ଗୁରୁତର ସମସ୍ୟା ଦୀର୍ଘ ଦିନ ହେଲା ରହି ଆସିଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟାଗଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)।
ଟିପିଏନଓଡିଏଲ ପକ୍ଷରୁ ଲୋ-ଭୋଲ୍ଟେଜ ସମସ୍ୟା ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।
କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ଥିବା ୧୦୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୨୫୦ କେଭିରେ ପରିବର୍ତ୍ତନ କରାଯାଇଥିବାବେଳେ ବିଦ୍ୟାଧରପୁର ଅଞ୍ଚଳର ୬୩ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରର କ୍ଷମତାକୁ ୧୦୦ କେଭିଏକୁ ବୃଦ୍ଧି କରାଯାଇଛି।
ଅନୁରୂପ ଭାବେ ବାରିପଦା ଅନ୍ତର୍ଗତ ରଘୁନାଥପୁରରେ ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଭଦ୍ରକ ସାଉଥ ଡିଭିଜନ ଅନ୍ତର୍ଗତ ଆଖୁଆପଦାରେ ୧୦୦ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି।
ସେହିପରି ରାଇରାଙ୍ଗପୁର ଡିଭିଜନ ଅନ୍ତର୍ଗତ ଉପରବେଢା ଓ କଣ୍ଟାବଣିରେ ଦୁଇଟି ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯିବା ସହ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପରିବର୍ତ୍ତନ କରି ୨୫୦ କେଭିକୁ ବୃଦ୍ଧି କରାଯାଇଛି।
ଏଣିକି ଏହି ଟ୍ରାନ୍ସଫର୍ମରଗୂଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ ସମସ୍ୟା ଦୂର କରିବାରେ ସକ୍ଷମ ହେବ।
ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର ସମସ୍ୟା ମଧ୍ୟ ଦୂର ହେବ। ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି।
ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମିଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି। ଟିପିଏନଓଡିଏଲ ପକ୍ଷରୁ ବିଦ୍ୟୁତ ସେବା ବିତରଣ ଜିଲ୍ଲାଗୁଡିକରେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରୁଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031