Indus Valley Times

ଶାନ୍ତ ବୌଦ୍ଧ ପାଲଟୁଛି ଅଶାନ୍ତ

 Breaking News

ଶାନ୍ତ ବୌଦ୍ଧ ପାଲଟୁଛି ଅଶାନ୍ତ

ଶାନ୍ତ ବୌଦ୍ଧ ପାଲଟୁଛି ଅଶାନ୍ତ
January 26
18:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧ : ବହୁ ଚର୍ଚିତ ବୌଦ୍ଧ ବନ୍ଧାପଥର ଗଣ ଦୁଷ୍କର୍ମ ମାମଲାରେ ଦୀର୍ଘ ୧୦ଦିନପରେ ପୁଲିସର ହାତ ଖାଲି ।
ଏ ଯାବତ ଆସାମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ବୌଦ୍ଧ ପୁଲିସ । ଅପରପକ୍ଷରେ ଚଞ୍ଚକତା କରି ପୀଡ଼ିତାକୁ ପ୍ରଭାବିତ କରି ମୂଳ ଏତଲାକୁ ପରିବର୍ତ୍ତନ କରାଯାଇଥିବା ଆଜି ବିଜୁ ଜନତାଦଳ ପକ୍ଷରୁ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଗତ ୧୭ ତାରିଖର ଘଟଣା ହୋଇଥିବା ବେଳେ ୧୯ ତାରିଖରେ ଥାନାରେ ଅଭିଯୋଗ ହୋଇଛି । ଏବଂ ପୀଡିତା ସହ ସାକ୍ଷାତ ଉଦ୍ୟମ କରିଥିଲେ ମଧ୍ୟ ଚଞ୍ଚକତା କରି ସାକ୍ଷାତ କରାଇଦେଇନଥିବା ଅଭିଯୋଗ ବାଢିଛନ୍ତି ।
ଅଭିଯୁକ୍ତ ଶାସକ ଦଳର ତଥା ସ୍ଥାନୀୟ ବିଧାୟକଙ୍କର ଏକାନ୍ତ ଅନୁଗତ ହୋଇଥିବାରୁ ପୁଲିସ ଗିରଫ କରିବାର ସାହସ ପାଉନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।
ସମଗ୍ର ରାଜ୍ୟରେ ବିଜେପି ସରକାର ଆସିଲାପରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧିପାଇ ଚାଲିଛି ।
ଏହିକ୍ରମରେ ଶାନ୍ତପ୍ରିୟ ବୌଦ୍ଧ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ ବୋଲି ଅଭିଯୋଗ କରିଛନ୍ତି ।
. ଆଜି ବିଜୁ ଜନତାଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆସି ପ୍ରଥମେ ବୌଦ୍ଧ ଏସପିଙ୍କ ସହ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରିଥିଲେ ଏହାପରେ ଇନଚାର୍ଜ ସିଡିଏମଓଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ ।
ପରେ ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଜିଲ୍ଲାପରିଷଦ ଅଧକ୍ଷ ପ୍ରଭାସିନୀ ଦାସ ପୂର୍ବତନ ନଗରପାଳ ଦିପ୍ତୀପ୍ରଭା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ତାରାମଣୀ ପ୍ରଧାନ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଅଶୋକ ସାହୁ ବସନ୍ତ ସ୍ୱାଇଁ ଅବକାଶ ସାହୁ ଅମ୍ରିତ ପ୍ରଧାନ ବାସୁଦେବ ଦେହୁରୀ କାର୍ତିକ ବେହେରା ମାକରଧ୍ଵଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930