Indus Valley Times

ଶୀତଳଷଷ୍ଠୀ ଯାତ୍ରା ବେଳେ ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ଆକ୍ରମଣ, ୨ ସହଯୋଗୀ ଆହତ

 Breaking News

ଶୀତଳଷଷ୍ଠୀ ଯାତ୍ରା ବେଳେ ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ଆକ୍ରମଣ, ୨ ସହଯୋଗୀ ଆହତ

ଶୀତଳଷଷ୍ଠୀ ଯାତ୍ରା ବେଳେ ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ଆକ୍ରମଣ, ୨ ସହଯୋଗୀ ଆହତ
June 07
16:43 2022

ବ୍ରହ୍ମପୁର,୭/୬: ଶୀତଳଷଷ୍ଠୀ ଯାତ୍ରାରେ ବୋହିଲା ରକ୍ତର ନଈ। ଗାଁରେ ଶୀତଳଯାତ୍ରା ଚାଲିଥିବା ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କର୨ ଜଣ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ।
ଆହତ ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ ପ୍ରଧାନଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି।
ଗତକାଲି ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ବିଳମ୍ବିତ ରାତିରେ ମନୋଜ ଓ ତାଙ୍କର ୨ ସହଯୋଗୀ ଗାଁ ନିକଟକୁ ଶୌଚ କରିବାକୁ ଯାଇଥିଲେ।
ଏହି ସମୟରେ ୨୦ରୁ ଅଧିକ ଦୁର୍ବୃତ୍ତ ଆସି ସେମାନଙ୍କୁ ମାରାଣସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଜଣେ ଆହତ ପ୍ରକାଶ କରିଛନ୍ତି। ମନୋଜ ଓ ତାଙ୍କ ସହଯୋଗୀ ଜୋରରେ ଚିତ୍କାର କରିବାରୁ ଗ୍ରାମବାସୀ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲେ। ପୂର୍ବତନ ସରପଞ୍ଚ ଓ ତାଙ୍କର ୨ ସହଯୋଗୀଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ରାଜନୈତିକ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଏନେଇ ପୂର୍ବତନ ସରପଞ୍ଚଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031