Indus Valley Times

ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ

 Breaking News

ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ

ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ
July 24
20:42 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୭: ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଅଛି ।
ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ମାଉସୀ ମା \’ ଘର ଯାଗେଶ୍ୱରୀ ମନ୍ଦିରରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ ମାନେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ପୂର୍ଣ୍ଣ ବିଗ୍ରହଙ୍କ ସେବା ସମ୍ପନ୍ନ କରିଥିଲେ ।
ଅପରାହ୍ନ ୨ ରୁ ୪ ଘଟିକା ସମୟରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପହଣ୍ଡି ବିଜେ ହୋଇଥିଲା କ୍ଷ ମହାପ୍ରଭୁଙ୍କ ଛେରା ପହଁରା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ନିର୍ବାହ କରିଥିଲେ ।
ହରିବୋଲ ହୁଳହୁଳି, ମୃଦଙ୍ଗ, ଘଣ୍ଟ ଘଣ୍ଟା ନାଦରେ ପରିବେଶ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପୂର୍ଣ୍ଣ ହୋଇଥିଲା। ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଏହି ବାହୁଡ଼ା ଯାତ୍ରାରେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ ।
ପୋଲିସ୍ ପ୍ରଶାସନ ପକ୍ଷରୁ ଉପଖଣ୍ଡ ପୋଲିସ୍ ଅଧିକାରୀ ପଙ୍କଜ ମାଝୀ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା କରିଥିଲେ ।
ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ପାରମ୍ପରିକ ନୀତି ରୀତିରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା କ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା, ଅଗ୍ନିଶମ ସେବା ,ସୂଚନା କେନ୍ଦ୍ର ସେବା, ପାନୀୟ ଜଳ ଯୋଗାଣ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପରିଚାଳନାରେ ଭ୍ରାମ୍ୟମାଣ ସୂଚନା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ବିକ୍ରୟ କରାଯିବା ସହ ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନା ସମ୍ବନ୍ଧୀୟ ସୂଚନା ତଥା ଅଗ୍ରଣୀ ଯୋଜନାର ହିତାଧିକାରୀ ମାନଙ୍କ ସଫଳ କାହାଣୀ ପୁସ୍ତିକା \’ପ୍ରଗତି ପ୍ରବାହ \’ବଣ୍ଟନ କରାଯାଇଥିଲା ।
ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ଯାଗୁଳି ପାଟଣା ମନ୍ଦିର ପରିଚାଳନା କମିଟି ସମସ୍ତ ସଭ୍ୟ ବୃନ୍ଦ ,ସେବାୟତ ବୃନ୍ଦଙ୍କ ଦ୍ଵାରା ମହାପ୍ରଭୁଙ୍କ ରୀତିନୀତି କାର‌୍ୟ୍ୟ ସମ୍ପାଦିତ ହୋଇଥିଲା । ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଖୋରଧା ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ପଞ୍ଚାୟତିରାଜ ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ସେହିପରି ଗଡଖୋର୍ଧା, ଲୋକେଶ୍ୱର ପୁର, ଉଇଲି କିଶନ ନଗର, ମୁକୁନ୍ଦ ପ୍ରସାଦ ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ପରିବେଶରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930