Indus Valley Times

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ

 Breaking News

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ାଉ
March 23
11:00 2026

ସମ୍ବଲପୁର, ୨୩/୩ : ଜେଲରେ ଭୋରରୁ ଅତର୍କିତ ଚଢ଼ାଉ । ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ୍ ପକ୍ଷରୁ ବଡ଼ ଧରଣର ରେଡ୍ କରାଯାଇଛି। ସମ୍ବଲପୁର ସହିତ ରେଢାଖୋଲ ଓ କୁଚିଣ୍ଡା ଉପକାରାଗାରରେ ଚାଲିଥିବା ପୋଲିସ ରେଡ଼୍ ସମ୍ପୂର୍ଣ୍ଣ ହୋଇଛି। ରେଡ଼୍ ସମୟରେ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିବା ପୋଲିସ ଓ ମାଜିଷ୍ଟ୍ରେଟ୍ ଙ୍କ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁର ସର୍କଲ ଜେଲ୍ ରେ ଆଜି ଭୋରୁ ଏହି ରେଡ଼୍ ହୋଇଥିଲା।
ଦୁଇଜଣ ଆଡିସନାଲ୍ ଏସପି, ଜଣେ ଏସଡିପିଓ, ବିଭିନ୍ନ ଥାନାର ଅଧିକାରୀ ଓ ପୋଲିସ ଫୋର୍ସ ଜେଲ୍ ଭିତରେ ପ୍ରବେଶ କରି ସବୁ ସେଲ୍ କୁ ତଲାସି କରିଥିଲେ। ପ୍ରତ୍ୟେକ କୋଠରୀକୁ ଯାଞ୍ଚ କରାଯାଇଥିଲା। ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ସମ୍ବଲପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ରେଡ଼୍ ଚାଲିଥିଲା। ତଦନ୍ତ ପରେ କୌଣସି ଅବୈଧ ସାମଗ୍ରୀ କିମ୍ବା ମୋବାଇଲ ଫୋନ ଜବତ ହୋଇନଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031