Indus Valley Times

ସରକାରୀ ଯୋଜନା କାର୍ଯ୍ୟକାରୀ ନାଁ ରେ ଶହ ଶହ ଟ୍ରିପ ମୋରମ ଅନ୍ୟତ୍ର ଚାଲାଣ

 Breaking News

ସରକାରୀ ଯୋଜନା କାର୍ଯ୍ୟକାରୀ ନାଁ ରେ ଶହ ଶହ ଟ୍ରିପ ମୋରମ ଅନ୍ୟତ୍ର ଚାଲାଣ

ସରକାରୀ ଯୋଜନା କାର୍ଯ୍ୟକାରୀ ନାଁ ରେ ଶହ ଶହ ଟ୍ରିପ ମୋରମ ଅନ୍ୟତ୍ର ଚାଲାଣ
April 12
21:25 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା , ୧୨/୪: ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋରଧା ଜିଲ୍ଲା ବେଗୁନିଆ ଭୁଇଁପୁର ଠାରେ ପ୍ରାୟ ୪୦,୮୦୦ କୋଟି ବ୍ୟୟ ଅଟକଳରେ ୩୬ ଗୋଟି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ବେଳେ କିଛି ମୁଷ୍ଟିମେୟ ରାଜନେତା, ଆସାଧୁ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଚଳଚଞ୍ଚଳ ହୋଇ ପଡିଛନ୍ତି ।
ବେଗୁନିଆ ତହସିଲ ଅଧିନସ୍ଥ କୁଶପଲ୍ଲା ଗ୍ରାମରେ ଥିବା ଗୁଡ଼ିଆ ପୋଖରୀର ପୁନଃରୁଦ୍ଧାର ନିମନ୍ତେ ବେଗୁନିଆ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଅନୁଦାନରେ ପୋଖରି ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ସେଥିରୁ ବାହାରୁଥିବା ମାଟି ଓ ମୋରମ ଗୁଡିକ ପୋଖରୀ ହୁଡାରେ ପକାଇବା ପାଇଁ ନିୟମ ରହିଛି ।
କିନ୍ତୁ ସ୍ଥାନୀୟ ଅଞ୍ଚଳର ଜଣେ ମୁଷ୍ଟିମେୟ ନେତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୁଡ଼ିଆ ପୋଖରୀରୁ ଖନନ ସମୟରେ ବାହାରୁଥିବା ଶହ, ଶହ ଟ୍ରିପ ମୋରମ ଓ ମାଟି ପୋଖରୀ ହୁଡାରେ ନ ପକାଇ ମଧ୍ୟ ରାତ୍ରୀରେ ହାୱାଇ ଟ୍ରକ ସାହାଯ୍ୟରେ ସ୍ଥାନୀୟ ଅଞ୍ଚଳରେ ନୂତନ ଭାବରେ ନିର୍ମାଣ କରାଯାଉଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଚଢ଼ା ଦରରେ ବିକ୍ରୀ କରାଯାଉଛି ।
ଠିକ ସେହିପରି ଭାବରେ କୁଶପଲ୍ଲା ଗ୍ରାମରେ ଥିବା ନାକଟିଚଣିଆ ପୋଖରୀକୁ ସରକାରୀ ଯୋଜନାରେ ପୁନଃରୁଦ୍ଧାର କରିବା ଆଳରେ ଶହ ଶହ ଟ୍ରିପ ମାଟି ଓ ମୋରମ ରାତି ଅଧରେ ଅନ୍ୟତ୍ର ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହାକୁ ବିରୋଧ କରିବାରୁ ସେହି ମୋରମ ଓ ମାଟି ବୋଝେଇ ହାୱାଇ ଟ୍ରକ ଗୁଡିକ କୁଶପଲ୍ଲା ନିକଟରେ ଥିବା ମଙ୍ଗଳା ମନ୍ଦିର ନିକଟରେ ପକାଇ ଅନ୍ୟତ୍ର ଚାଲି ଯାଇଥିଲେ ଏବଂ ସୁଯୋଗ ଦେଖି ସେହି ମୋରମ ଓ ମାଟି ଗୁଡିକ ଅନ୍ୟତ୍ର ଚାଲାଣ କରାଯାଇଛି ।
ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳରେ ଶିଳ୍ପାନୁଷ୍ଠାନ ସ୍ଥାପନ କରି ବେକାରୀ ସମସ୍ୟା ଦୂର କରିବା ସହିତ ଦେଶ ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ କିଛି ମୁଷ୍ଟିମେୟ ରାଜନେତା, ଅସାଧୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଆଜି ମରୁଭୂମିରେ ପରିଣତ ହେବାକୁ ଯାଉଛି ।
ଏପରିକି ଶ୍ମଶାନ, ଗୋଚର ଏବଂ ଅନ୍ୟ କିସମର ସରକାରୀ ଜମି, ପୋଖରୀରୁ ରାତି ଅଧିଆ ଶହ ଶହ ଟ୍ରିପ ମୋରମ, ମାଟି ଶିଳ୍ପାନୁଷ୍ଠାନ ଗୁଡିକ ପ୍ରତିଷ୍ଠା ନାଁ ରେ ସ୍ଥାନିୟ ପ୍ରସାଶନର ଦୃଷ୍ଟି ଆଢୁଆଳରେ ଚାଲାଣ ହେଉଥିବା ବେଳେ ଏହାକୁ ବିରୋଧ କଲେ ଜୀବନରେ ମାରି ଦେବାର ଧମକ ମଧ୍ୟ ଦିଆଯାଉଛି ।
ଏ ସମ୍ପର୍କରେ ବେଗୁନିଆ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତାଙ୍କର ଚିରା ଚରିତ ଢଙ୍ଗରେ ମାଟି ଓ ମୋରମ ସରକାରୀ ଯୋଜନାରେ ବ୍ୟବହାର କରାଯାଉଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ ।
ପୋଖରୀ ଏବଂ ସରକାରୀ ଜମି ଗୁଡିକରୁ ଆବଶ୍ୟକ ଠାରୁ ଅଧିକ ଖୋଳା ଯାଉଥିବା ଯୋଗୁଁ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେଉଛି ଫଳରେ ଟିକିଏ ବର୍ଷା ହେବା ଦ୍ୱାରା ପାଣି ଭର୍ତ୍ତି ହୋଇ ରହୁଛି ।
ପୋଖରୀକୁ ଶୌଚ ହେବା ପାଇଁ ଯାଉଥିବା ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପୋଖରୀର ଗଭୀରତାକୁ ଜାଣି ନ ପାରି ପାଣିରେ ବୁଡି ମୃତ୍ୟୁ ବରଣ କରୁଥିବା ମଧ୍ୟ ନଜିର ରହିଛି ।
ନିକଟରେ ବେଗୁନିଆ ଗ୍ରାମର ପ୍ରତାପ କୁମାର ସାହୁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ ।
ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ନାଁ ରେ ବେଗୁନିଆ ଅଞ୍ଚଳରେ ଖଣିଜ ସମ୍ପଦ ଗୁଡିକ ଯେପରି ଭାବରେ ହରିଲୁଟ ଚାଲିଛି ତାକୁ ରୋକାନଗଲେ ଆଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଖୋରଧା ଜିଲ୍ଲା ପ୍ରସାଶନ ଏବଂ ରାଜସ୍ୱ ବିଭାଗ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031