Indus Valley Times

ସରିଗଲା ସ୍ୱପ୍ନ: ନିଜ ଘରୁ ବେଘର ହେଲା ଭାରତ

 Breaking News

ସରିଗଲା ସ୍ୱପ୍ନ: ନିଜ ଘରୁ ବେଘର ହେଲା ଭାରତ

ସରିଗଲା ସ୍ୱପ୍ନ: ନିଜ ଘରୁ ବେଘର ହେଲା ଭାରତ
January 23
08:17 2023

ଭୁବନେଶ୍ୱର, ୨୨/୧: ହକି ବିଶ୍ୱକପରେ ନିରାଶ କଲା ଭାରତ। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଲଢେଇ କରି ନ୍ୟୁଜିଲାଣ୍ଡଠାରୁ ହାରି ବିଶ୍ୱକପରୁ ବିଦା ହେଲା ଟିମ ଇଣ୍ଡିଆ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସଓଭର ମ୍ୟାଟ୍ରେ ଭାରତକୁ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପେନାଲଟି ଶୁଟ୍ ଆଉଟରେ ପରାସ୍ତ ହେଲା ଭାରତ ମ୍ୟାଚ ନିର୍ଦ୍ଧାରିତ ସମୟରେ ୩-୩ରେ ଡ୍ର ରହିବା ପରେ ପେନାଲଟି ସୁଟ ଆଉଟ ନିର୍ଣ୍ଣାୟକ ହୋଇଥିଲା।
ଆଜିର ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମରୁ ହିଁ ଆକ୍ରମଣାତ୍ମକ ଖେଳିଥିଲା ଭାରତ। ଦ୍ୱିତୀୟ କ୍ୱାର୍ଟରର ୧୭ ମିନିଟରେ ମିଳିଥିବା ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲା ଭାରତ। ଲଲିତ ଉପାଧ୍ୟାୟ ଏହି ଗୋଲ କରିଥିଲେ। ଏହା ପରେ ସେହି ଦ୍ୱିତୀୟ କ୍ୱାର୍ଟରରେ ମିଳିଥିବା ଆଉ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲେ ସୁଖଜିତ ସିଂ।
ଏହାପରେ କଡ଼ା ସଂଘର୍ଷ କରି ୨୮ତମ ମିନିଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍। ତୃତୀୟ କ୍ୱାର୍ଟରରେ ୪୦ତମ ମିନିଟରେ ଭାରତ ବରୁଣ କୁମାର ଆଉ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରି ୩-୧ର ଲିଡ୍ ଦେଇଥିଲେ। ଏହାପରେ ୪୩ ତମ ମିନିଟରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପ୍ରଥମ ପେନାଲଟି କର୍ନରକୁ ଗୋଲରେ ପରିଣତ କରିଥିଲେ ରସେଲ୍ କେନ୍। ଏହାପରେ ୪୯ ସେକଣ୍ଟରେ ନ୍ୟୁଜିଲାଣ୍ଡକୁ ମିଳିଥିବା ଦ୍ୱିତୀୟ ପେନଲଟି କର୍ନରକୁ ଗୋଲ ଦେଇ ୩-୩ ଗୋଲରେ ବରାବର କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031