Indus Valley Times

ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

November 06
22:51 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୧୧: ଗୁରୁବାର ଦିନ ସକାଳ ୧୦ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହା ଳୟ ଠାରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଏବଂ ମାଇଁ ଭାରତ ଙ୍କ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ସ୍ଲୋଗାନ ଲିଖନ, ପୋଷ୍ଟର, ଚିତ୍ରାଙ୍କନ ପ୍ରତିଯୋଗିତା ଉଭୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମସ୍ତ ପ୍ରତିଯୋଗିତା ର ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର,ଓଡିଶା ସଂଗୀତ ନାଟକ ଏକାଡେମୀ ର ସଦସ୍ୟ ବସନ୍ତ କୁମାର ସାହୁ, ସାହିତ୍ୟିକ ରମେଶ ପ୍ରସାଦ ମେହେର,ନୀଳ ଲୋହିତ ମହାପାତ୍ର, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ସହକାରୀ ଶିକ୍ଷକ ନବ କିଶୋର ଦୀପ, ଗୋପାଳ କୁମାର ଅମାତ, କଳା ଶିକ୍ଷକ ସ୍ୱସ୍ତିକା ବିଶି ଯୋଗ ଦେଇ ବିଚାରକ ଦାୟିତ୍ୱ ତୁଲାଇ ଥିଲେ ।
ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ମାଇଁ ଭାରତ ର ଆସମାନ ମହାକୁଡ଼, ଶିକ୍ଷକ ନବ କିଶୋର ଦୀପ, ଗୋପାଳ ଅମାତ, କନିଷ୍ଠ ରାଜସ୍ବ ସହାୟକ ଲୋକନାଥ ମେହେର, ଗ୍ରନ୍ଥଗାରିକ ଅକ୍ଷୟ କୁମାର ମହାକୁଡ଼,ଜ଼ିଲ୍ଲା ପାଠଗାର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଜ଼ିଲ୍ଲା ସଂଗ୍ରହାଳୟ ର କର୍ମଚାରୀ ଅମରେଶ ପାଣିଗ୍ରାହୀ, ସଚ୍ଚିନ ପ୍ରଧାନ, ଜୟଦେବ ବେହେରା, ବାବୁଲାଲ ନାୟକ, ମାନସ ବେହେରା ଏବଂ ଜ଼ିଲ୍ଲା ଷ୍ଟାଡିୟମ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମାଇଁ ଭାରତ ର ଅସମାନ ମହାକୁଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031