Indus Valley Times

ସହଜ ହେନ ଜମି ଡିମାର୍କେସନ୍ ; ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ

 Breaking News

ସହଜ ହେନ ଜମି ଡିମାର୍କେସନ୍ ; ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ

ସହଜ ହେନ ଜମି ଡିମାର୍କେସନ୍ ; ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ
October 18
18:24 2025

ଭୁବନେଶ୍ୱର, ୧୮/୧୦: ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଦୌଡିବାକୁ ପଡ଼ିବନି କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । ଆଉ ମାସ ମାସ ବି ସମୟ ଗଡିବନି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ବିଭାଗ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁହାଯାଇଛି , ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ଏଣିକି ତାରିଖ ମିଳିବ। ସେହିଦିନ ତହସିଲ ଅଧିକାରୀ, ଅମିନ ଓ ପୋଲିସ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ।
ଆବେଦନ ପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ। ଆବେଦନ ସବମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ପଠାଇବେ। SMS ଦ୍ବାରା ତାରିଖ ଆସିବ। ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031