Indus Valley Times

ସାମ୍ବାଦିକ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ,ଫଟୋ ଉଠାଇ ଗାଡ଼ି ମାନଙ୍କରୁ ଜିଜିଆ କର ଅସୁଲ କରିବାରେ ସଫଳ

 Breaking News

ସାମ୍ବାଦିକ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ,ଫଟୋ ଉଠାଇ ଗାଡ଼ି ମାନଙ୍କରୁ ଜିଜିଆ କର ଅସୁଲ କରିବାରେ ସଫଳ

ସାମ୍ବାଦିକ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ,ଫଟୋ ଉଠାଇ ଗାଡ଼ି ମାନଙ୍କରୁ ଜିଜିଆ କର ଅସୁଲ କରିବାରେ ସଫଳ
May 26
11:22 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୬/୫ : ଖବର ସଂଗ୍ରହ ବେଳେ ବଡ ଖବର ର ସାମ୍ବାଦିକ ବିଜୟ ପଧାନ ଙ୍କୁ ଠିକାଦାର ଙ୍କ ଭଡ଼ାଟିଆ ଗୁଣ୍ଡା ଙ୍କ ଅତର୍କିତ ଆକ୍ରମଣ ରେ ଲହୁଲୁହାନ ହୋଇଯାଇଥିଲେ।ତାଙ୍କ ହାତ ଗୋଡ ବାନ୍ଧି ଗ୍ରାମ ମଝି ରେ କଙ୍ଗାରୁ କୋର୍ଟ କରି ମନ୍ଦିର ରେ ଶପଥ କରାଇ,ଆଗକୁ ଏ ସମ୍ପର୍କରେ ନିଉଜ୍ଜ୍ କଲେ ତାଙ୍କୁ ତଥା ତାଙ୍କ ପରିବାର କୁ ଜୀବନରେ ମାରିବା ପାଇଁ ଧମକ ଦେଇଥଲେ।
ଏହାର ପ୍ରତିବାଦ ରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଏସୟୁଯେ(ଓ) ବଲାଙ୍ଗିର ଜିଲ୍ଲା ଶାଖା ର ସଭ୍ୟ ମାନେ ଗତକାଲି ଏସ୍ ପି ଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ।ପରେ ଏଡିସନାଲ ଏସ ପି ଆଲୋକ ଜେନା ଆସି ସାମ୍ବାଦିକ ମାନଙ୍କ ଦାବି ପତ୍ର ଗ୍ରହଣ କରି ସେହିଦିନ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତି ର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨ଜଣଙ୍କୁ ଧରି ପଚରା ଉଚୁରା କରୁଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଖୋଲା ଆକାଶ ତଳେ ଘୁରି ବୁଲୁଛି।ପୋଲିସ ଧରିବାରେ ବିଫଳ ହୋଇଛି।
ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ନିଷ୍କ୍ରିୟ ପୋଲିସ ହାତବାନ୍ଧି ବସି ରହିଛି।ବଲାଙ୍ଗିର ରେ ଥିବା ପିସିଆର ଗାଡ଼ି ପେଟ୍ରୋଲିଂ ନାମରେ ରାସ୍ତା କଡ଼ରେ ଥିବା ଯାନ ବାହାନ ର ଫଟୋ ଉଠାଇ ଜିଯିଆ କର ଆଦାୟ କରିବାରେ ବେଶ୍ ବ୍ୟସ୍ତ ଅଛି।ରାସ୍ତା ପାର୍ଶ୍ବରେ ଗାଡ଼ି ଥିଲେ ମଧ୍ୟ ପିସିଆର ଗାଡ଼ି ଭିତରେ ବସି ଫଟୋ ଉଠାଇ ଗୋଟିଏ ଗୋଟିଏ ଗାଡ଼ି କୁ ବାରମ୍ବାର ହଜାର ହଜାର ଟଙ୍କା ଫାଇନ ପକାଉଥିବା ରୁ ସହରବାସୀ ପୋଲିସ ର କାର୍ଯ୍ୟକଳାପ ରେ ବିରକ୍ତି ମନୋଭାବ ପ୍ରକାଶ କରୁଛନ୍ତି।
ସହରବାସୀ ପୋଲିସ ର ମାତ୍ରଧିକ ଅତ୍ୟାଚାର ରେ ଅତିଷ୍ଠ ହୋଇସାରିଲେଣି।ସହର ଭିତରେ ପାର୍କିଂ ସୁବିଧା ନ ଥିବା ବେଳେ ବିରାଟ ବିରାଟ ମଲ୍,ଦୋକାନ,ଖୋଲି ଆରାମରେ ବ୍ୟବସାୟ କରୁଛନ୍ତି।ଗ୍ରାହକ ମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି।ଅନେକ ବ୍ୟାଙ୍କ୍,ସରକାରୀ କାର୍ଯ୍ୟାଳୟ ମାନ ମଧ୍ୟ ରାସ୍ତା ପାର୍ଶ୍ବରେ ପାର୍କିଂ ବ୍ୟବସ୍ଥା ନ ଥାଇ ଖୋଲାଯାଇଛି।
ସେହି ସମ୍ମୁଖରେ ଗାଡ଼ି ରଖିଲେ ପୋଲିସ ମାମୁଁ ମାନେ ପି ସି ଆର ରେ ଆସି ଫଟୋ ଉଠାଇ ବାହା ବାହା ନେଉଥିବା ବେଶ୍ ଚର୍ଚ୍ଚା।ସେହି ଦୋକାନ,ଅଫିସ ମାନଙ୍କୁ ପାର୍କିଂ ବ୍ୟବସ୍ଥା କରିବା ପାଇଁ କେତେ ଥର ନୋଟିସ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେତେ ଥର ଫାଇନ କଟା ଯାଇଛି।ଏହାର ଜବାବ ସାଧାରଣ ଜନତା ଙ୍କୁ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ବିନା ପାର୍କିଂ ରେ ରଖୁଥିବା କୋଉ ପୋଲିସ ମାମୁଁ ର ଗାଡ଼ି ଉପରେ ପୋଲିସ ଏଭଳି ଯିଯିଆ କର ଅସୁଲ କରିଛି କି ବୋଲି ଜନ ସାଧାରଣରେ ପ୍ରଶ୍ନ ହୁଏ।
ଆଉ ମଧ୍ୟ ଚର୍ଚ୍ଚା ହୁଏ ପୋଲିସ ଗାଡି ରାସ୍ତା ଉପରେ ଛିଡା କଲେ ଦୋଷ ନୁହେଁ।ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ।ଡେଲି ମାର୍କେଟ ରାସ୍ତା ମଝିରେ ହୋଇଥିବା ପାର୍କିଂ ଭିତରେ ଅନେକ ଠେଲା ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଛନ୍ତି।
ଦୋଷ ନୁହେଁ।ଯେହେତୁ ଏମାନଙ୍କ ଠାରୁ ପୋଲିସ ବଟି ଅସୁଲ କରି ବେଶ ମାଲାମାଲ ହେଉଥିବା ହାଟ ରେ ବାଟ ରେ ବେଶ୍ ଚର୍ଚ୍ଚା।
ତେବେ ସାମ୍ବାଦିକ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଉପରେ ପୋଲିସ ଦେଇଥିବା ଅଭୟ ବାଣୀ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031