Indus Valley Times

ସୃଷ୍ଟି ହେଲା ଲଘୁଚାପ: ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିବ, ଆଗାମୀ ୨ ଦିନ ଗୁରୁତ୍ୱପୂର୍ଣ୍ଣ

 Breaking News

ସୃଷ୍ଟି ହେଲା ଲଘୁଚାପ: ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିବ, ଆଗାମୀ ୨ ଦିନ ଗୁରୁତ୍ୱପୂର୍ଣ୍ଣ

ସୃଷ୍ଟି ହେଲା ଲଘୁଚାପ: ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିବ, ଆଗାମୀ ୨ ଦିନ ଗୁରୁତ୍ୱପୂର୍ଣ୍ଣ
July 15
10:18 2026

ଭୁବନେଶ୍ୱର,୧୫/୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ।
ବୁଧବାର ସକାଳ ୫.୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସୃଷ୍ଟି ହୋଇଥିବା ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବୁଧବାର ସାରା ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।
ସେହିପରି ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟାନ୍ୟ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ବର୍ଷା ସମୟରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ୧୫ ସେ.ମି. ବର୍ଷା ହୋଇଥିବାବେଳେ ଆଳିରେ ୧୩ ସେ.ମି., ବାଲେଶ୍ୱରର ଏନ୍‌ଏଚ୍‌-୫ ଗୋବିନ୍ଦପୁର ଓ ଯାଜପୁର ଜିଲାର ବାରୀରେ ୧୨ ସେ.ମି., ମୟୂରଭଞ୍ଜର ବେତନଟୀ ଏବଂ ବାଲେଶ୍ୱରରେ ୧୦ ସେ.ମି. ବର୍ଷା ହୋଇଛି। ସେହିପରି ଜୁନ୍ ୧ରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ୩୫୪.୭ ମି.ମି. ବର୍ଷା ରେକର୍ଡ ହୋଇଛି। ଏହାଦ୍ୱାରା ସ୍ବାଭାବିକ ବର୍ଷାଠାରୁ ରାଜ୍ୟରେ ୩ ମି.ମି. ଅଧିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031