Indus Valley Times

ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା, ଅକ୍ଟୋବର ୩ରେ ଭସାଣୀ

 Breaking News

ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା, ଅକ୍ଟୋବର ୩ରେ ଭସାଣୀ

ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା, ଅକ୍ଟୋବର ୩ରେ ଭସାଣୀ
August 17
17:11 2025

କଟକ, ୧୭/୮ : ଆସନ୍ତା ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେବ । ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ମାଙ୍କ ଭସାଣୀ ଉତ୍ସବ । ଏନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।
ସୂଚନା ଅନୁସାରେ, ଦୁର୍ଗାପୂଜା ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ଏହି ବୈଠକରେ ଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିବା ବେଳେ ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣକୁ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ।
ବୈଠକରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗା ପୂଜା ଏବଂ ଅକ୍ଟୋବର ୩ରେ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ କରାଯିବ ।
ସେହିପରି ଦୁର୍ଗା ପୂଜା ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ କରାଯିବ ଏବଂ ଯାତ୍ରା ସମୟରେ ଲୋକଙ୍କ ଜୀବନଯାପନ କିପରି ସହଜ ହେବ ଏନେଇ ଶାନ୍ତି କମିଟି ବିଭିନ୍ନ ରାଜନୈତିକ ଦଳ, ପୋଲିସ ପ୍ରଶାସନ, ମେୟରଙ୍କ ସହିତ ଆଲୋଚନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31