Indus Valley Times

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ; ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଏବଂ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଧରି ଶୋଭାଯାତ୍ରା

 Breaking News

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ; ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଏବଂ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଧରି ଶୋଭାଯାତ୍ରା

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ; ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଏବଂ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଧରି ଶୋଭାଯାତ୍ରା
August 15
17:28 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୮: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଜାତୀୟତାବୋଧ ଓ ଦେଶପ୍ରେମର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚାଲିଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ପଂଚାୟତ ମହାବିଦ୍ୟାଳୟ ଗୋଡ଼ି ପୁଟ ମାଟିଆ ପଡ଼ା ଜଟଣୀ ର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।
ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ; ଏହା ଦେଶର ସ୍ୱାଧୀନତା, ଜାତୀୟ ଏକତା, ଅଖଣ୍ଡତା ଓ ଗୌରବର ପ୍ରତୀକ। ଶାନ୍ତି ଓ ସାମାଜିକ ସୌହାର୍ଦ୍ଦର ଏହି ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦେଶପ୍ରେମର ଭାବନାକୁ ଅଧିକ ଦୃଢ଼ କରିବା ଲକ୍ଷ୍ୟରେ ଶୁକ୍ରବାର ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ମିଶ୍ରଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଶୋଭାଯାତ୍ରା କଲେଜ ପରିସରରୁ ବାହାରି ନିକଟସ୍ଥ ଗ୍ରାମ ପରିକ୍ରମା କରି ପୁନର୍ବାର କଲେଜକୁ ଫେରିଥିଲା ।
ହାତରେ ଜାତୀୟ ପତାକା ଧରି ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ଭଳି ଦେଶପ୍ରେମମୟ ସ୍ଲୋଗାନ ଦେଇଥିଲେ।
ଏହାଫଳରେ କଲେଜ ପରିସରରୁ ଗ୍ରାମର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କିଛି ସମୟ ପାଇଁ ଦେଶପ୍ରେମର ଭାବନାରେ ମୁଖରିତ ହୋଇଉଠିଥିଲା।
‘ହର ଘର ତ୍ରିରଙ୍ଗା’ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସ୍ୱାଧୀନତା ଦିବସ ପାଳନକୁ କେବଳ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନରଖି ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ନାଗରିକଙ୍କୁ ଏହାର ଅଂଶୀଦାର କରିବା।
ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ଇତିହାସ, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଜାତୀୟ ଏକତାର ମହତ୍ତ୍ୱକୁ ସ୍ମରଣ କରାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।
ଏହି ଜନସହଭାଗିତାର ବାର୍ତ୍ତାକୁ ଆଗକୁ ନେବା ପାଇଁ କଲେଜ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଶୋଭାଯାତ୍ରାରେ ଯୋଗଦେଇଥିବା ଅଧ୍ୟାପକ ଅଧ୍ୟାପିକା ମାନେ କହିଥିଲେ ଯେ ଦେଶର ସ୍ୱାଧୀନତା ପାଇଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ସେମାନଙ୍କ ତ୍ୟାଗ ଓ ସଂଘର୍ଷର ସ୍ମୃତିକୁ ନୂଆ ପିଢ଼ି ମଧ୍ୟରେ ଜୀବନ୍ତ ରଖିବା ସହ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ନାଗରିକଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ଆବଶ୍ୟକ।
ତ୍ରିରଙ୍ଗାକୁ କେବଳ ଏକ ପତାକା ଭାବେ ନଦେଖି ଏହାକୁ ଦେଶର ଗୌରବ, ତ୍ୟାଗ ଓ ଏକତାର ପ୍ରତୀକ ଭାବେ ଗ୍ରହଣ କରିବା ଦରକାର ବୋଲି ସେମାନେ ମତପ୍ରକାଶ କରିଥିଲେ। ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ସାଧାରଣ ନାଗରିକଙ୍କ ମଧ୍ୟରେ ଜାତୀୟ ପତାକା ପ୍ରତି ସମ୍ମାନ ସହ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା।
ସ୍ୱାଧୀନତାର ମୂଲ୍ୟ, ସମ୍ବିଧାନର ମର୍ଯ୍ୟାଦା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକ କର୍ତ୍ତବ୍ୟ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାରେ ଏଭଳି ଜନସହଭାଗିତାମୂଳକ କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି।
ତ୍ରିରଙ୍ଗାକୁ ନିଜ ଘର ସହିତ ଯୋଡ଼ିବା ସହ ହୃଦୟରେ ଦେଶପ୍ରେମର ଭାବନାକୁ ଦୃଢ଼ କରିବାକୁ ଛାତ୍ରଛାତ୍ରୀ ମାନେ ନାଗରିକଙ୍କୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ଶିବ ନାରାୟଣ ମିଶ୍ର, ସହଦେଵ ସାହୁ, ହରପ୍ରସାଦ ନାୟକ, ପ୍ରଭାକର ମିଶ୍ର, ଅଧ୍ୟାପିକା ଶ୍ରୀମତୀ ଜୋଛନା ରାଣୀ ମିଶ୍ର, ଅପର୍ଣ୍ଣା ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31