Indus Valley Times

ହୀରାକୁଦରେ ବ୍ୟାପିଲା ଡାଇରିଆ, ଜଣେ ମୃତ, ୪୯ ଆକ୍ରାନ୍ତ

 Breaking News

ହୀରାକୁଦରେ ବ୍ୟାପିଲା ଡାଇରିଆ, ଜଣେ ମୃତ, ୪୯ ଆକ୍ରାନ୍ତ

ହୀରାକୁଦରେ ବ୍ୟାପିଲା ଡାଇରିଆ, ଜଣେ ମୃତ, ୪୯ ଆକ୍ରାନ୍ତ
March 23
11:17 2024

ହୀରାକୁଦ, ୨୩/୩: ସମ୍ବଲପୁର ଜିଲ୍ଲା ହୀରାକୁଦରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ହୀରାକୁଦ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
ଗତକାଲି ୪୨ଜଣ ହୀରାକୁଦ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସେମାନଙ୍କ ମଧ୍ୟରୁ କେତେକ ଗୁରୁତରଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଜଣେ ରୋଗୀଙ୍କର ପ୍ରାଣହାନି ଘଟିଛି।
ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଡାଇରିଆ ବ୍ୟାପିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ହୀରାକୁଦ ସହରର ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା,କାଲୋପଡ଼ା, ନ୍ୟୁ ମାର୍କେଟ କଲୋନି, ମାଛପଡ଼ାରେ ସଂକ୍ରମଣ ବଢ଼ିଚାଲିଛି। ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ,ଯାହା ଫଳରେ ସଂକ୍ରମଣ ବ୍ୟାପୁଛି। ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି। ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930