Indus Valley Times

୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବିଧାୟକ ସାରଦା ପ୍ରସାଦ ନାୟକ

 Breaking News

୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବିଧାୟକ ସାରଦା ପ୍ରସାଦ ନାୟକ

୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବିଧାୟକ ସାରଦା ପ୍ରସାଦ ନାୟକ
November 12
18:42 2026

ରାଉରକେଲା, ୧୨/୧୧ : ଓଡ଼ିଶା ରାଜନୀତିରେ ବଡ଼ ଚର୍ଚ୍ଚା। ୨୦୨୯ ନିର୍ବାଚନ ଲଢ଼ିବେନି ରାଉରକେଲାର ଚାରିଥର ବିଧାୟକ ସାରଦା ପ୍ରସାଦ ନାୟକ। ସ୍ୱାସ୍ଥ୍ୟଗତ କାରଣରୁ ଆଗାମୀ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନିଜେ ଘୋଷଣା କରିଛନ୍ତି।
ଏକ ମଦ ବିରୋଧୀ ଆନ୍ଦୋଳନର ସଭାରେ ତାଙ୍କର ଏହି ବୟାନ ଏବେ ରାଉରକେଲାଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ପର‌୍ୟ୍ୟନ୍ତ ଚର୍ଚ୍ଚା ସୃଷ୍ଟି କରିଛି।
ତେବେ ନିର୍ବାଚନ ନଲଢ଼ିବାର ନିଷ୍ପତ୍ତିକୁ ରାଜନୀତିରୁ ସନ୍ୟାସ ଭାବେ ଦେଖିବା ଠିକ୍ ହେବନାହିଁ। କାରଣ, ସକ୍ରିୟ ରାଜନୀତିରେ ରହି ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜଭୁତ କରିବା ସହ ନୂଆ ନେତୃତ୍ୱ ତିଆରି କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
ନୂଆ ଚେହେରାଙ୍କୁ ମିଳିବ ସୁଯୋଗ
ଆଗାମୀ ଦିନରେ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ନୂଆ ଓ ଯୋଗ୍ୟ ଚେହେରାଙ୍କୁ ରାଜନୀତିରେ ଆଗକୁ ଆଣିବାକୁ ଚାହୁଁଛନ୍ତି ସାରଦା। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆସନରେ ବିଜେଡିର ବିଜୟ ପାଇଁ ସଂଗଠନକୁ ମଜଭୁତ କରିବା ଏବଂ ନୂଆ ବିଧାୟକ ଗଢ଼ିବା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।
୪ ଥର ବିଧାୟକ, ମନ୍ତ୍ରୀ ଭାବେ ରହିଛି ଅଭିଜ୍ଞତା
ରାଉରକେଲା ରାଜନୀତିରେ ସାରଦା ପ୍ରସାଦ ନାୟକ ଏକ ଜଣାଶୁଣା ନାମ। ୨୦୦୪, ୨୦୦୯, ୨୦୧୯ ଓ ୨୦୨୪ ମସିହାରେ ସେ ରାଉରକେଲା ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।
୨୦୦୯ରୁ ୨୦୧୨ ମଧ୍ୟରେ ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩,୫୫୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ।
ରାଉରକେଲାବାସୀଙ୍କ ଭଲପାଇବା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ଚାରିଥର ନିର୍ବାଚିତ କରିଥିବା ଜନସାଧାରଣଙ୍କ ଅବଦାନକୁ କେବେ ଭୁଲିବେ ନାହିଁ ବୋଲି ସେ କହିଛନ୍ତି।
ତେବେ ୨୦୨୯ରେ ରାଉରକେଲାରୁ ବିଜେଡିର ନୂଆ ଚେହେରା କିଏ ହେବ? ସାରଦାଙ୍କ ଏହି ଘୋଷଣା ପରେ ଏବେ ସମସ୍ତଙ୍କ ନଜର ଆଗାମୀ ରାଜନୈତିକ ସମୀକରଣ ଉପରେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30