Indus Valley Times

୨୩ ରନ୍‌ରେ ଜିମ୍ବାୱେକୁ ହରାଇଲା ଭାରତ

 Breaking News

୨୩ ରନ୍‌ରେ ଜିମ୍ବାୱେକୁ ହରାଇଲା ଭାରତ

୨୩ ରନ୍‌ରେ ଜିମ୍ବାୱେକୁ ହରାଇଲା ଭାରତ
July 10
20:45 2024

ହରାରେ, ୧୦/୭ : ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ତୃତୀୟ ଟି-୨୦ ମ୍ୟାଚ୍ରେ ବୁଧବାର ଟିମ୍ ଇଣ୍ଡିଆ ଜିମ୍ବାୱେକୁ ପରାଜିତ କରିଛି।
ଧାର‌୍ୟ୍ୟ ୧୮୩ ରନ୍ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ।
ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, ସିକନ୍ଦର ରଜା ୧୫ ରନ୍ , ଜୋନାଥନ କ୍ୟାମ୍ପବେଲ ୧ ରନ୍ , କ୍ଲିଭ ମାଡାଣ୍ଡେ ୩୭ ରନ୍, ୱେଲିଙ୍ଗଟନ ମାସାକଡା ୧୮ ରନ୍ କରିଥିଲେ।
ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।
ଧାର‌୍ୟ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା। ଫଳରେ ଜିମ୍ବାଓେ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଥିଲା।
ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୩୬ ରନ୍ କରିଥିବାବେଳେ ଶୁଭମାନ ଗିଲ ରନ୍ ୬୬ କରିଥିଲେ। ସେହିପରି ଅଭିଷେକ ଶର୍ମା ୧୦ , ଋତୁରାଜ ଗାଇକୱାଡ ୪୯ , ସଞ୍ଜୁ ସାମସନ ୧୨ ଏବଂ ରିଙ୍କୁ ସିଂ ୧ ରନ୍ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031