Indus Valley Times

ଆଇଏମଡି ର ଅନୁମାନ, ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା

 Breaking News

ଆଇଏମଡି ର ଅନୁମାନ, ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା

ଆଇଏମଡି ର ଅନୁମାନ, ଚଳିତ ବର୍ଷ ସ୍ୱାଭାବିକ ହେବ ବର୍ଷା
April 11
16:15 2023

ନୂଆଦିଲ୍ଲୀ,୧୧/୪ : ମୌସୁମୀକୁ ନେଇ ବଡ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥର ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।
ଆଇଏମଡି କହିଛି ଯେ ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୮୩.୫ ସେଣ୍ଟିମିଟର ବର୍ଷା ହେବ। ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସ୍ୱାଭାବିକ ବୃଷ୍ଟିପାତ ଶ୍ରେଣୀରେ ଆସୁଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଗତ ୫୦ ବର୍ଷର ହାରାହାରି ବୃଷ୍ଟିପାତ ତଥ୍ୟ ଅନୁସାରେ ୮୮ ସେଣ୍ଟିମିଟରକୁ ସ୍ବାଭାବିକ ବର୍ଷା ବୋଲି ଧରାଯାଏ । ଏହାଠାରୁ ୫ ପ୍ରତିଶତ କମ ବା ବେଶୀକୁ ବି ସ୍ବାଭାବିକ କୁହାଯାଏ । ଏଣୁ ଏବର୍ଷ ୮୩.୫ ସେମି ବର୍ଷା ( ୯୬ ପ୍ରତିଶତ) କୁ ସ୍ବାଭାବିକ ବର୍ଷା ବୋଲି କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031