Indus Valley Times

ପୋଖରୀରେ ବୁଡ଼ିଗଲେ ୩ ଅଙ୍ଗନବାଡ଼ି ଶିଶୁ

 Breaking News

ପୋଖରୀରେ ବୁଡ଼ିଗଲେ ୩ ଅଙ୍ଗନବାଡ଼ି ଶିଶୁ

ପୋଖରୀରେ ବୁଡ଼ିଗଲେ ୩ ଅଙ୍ଗନବାଡ଼ି ଶିଶୁ
July 30
18:00 2024

କେନ୍ଦୁଝର,୩୦/୭ କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ୩ଜଣ ଶିଶୁ ଘର ପାଖେ ଖେଳୁ ଥିଲେ। ସେତିକିବେଳେ ଘର ପାଖ ମୋରମ୍ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଗରପଡ଼ା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ୩ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31