Indus Valley Times

ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ମଧୁପାଟଣା ରାଜେନ୍ଦ୍ର ନଗରରେ ପୋଲିସର ଛାନଭିନ୍

 Breaking News

ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ମଧୁପାଟଣା ରାଜେନ୍ଦ୍ର ନଗରରେ ପୋଲିସର ଛାନଭିନ୍

August 18
18:57 2024

ଭୁବନେଶ୍ବର, ୧୮/ ୮: ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍‌-ଅପ। ହାୱାଲା ଜରିଆରେ ଆର୍ଥିକ କାରବାର ଚାଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍ ଆକାରରେ ହେଉଥିଲା। ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର।
ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ। ସେପଟେ ଆତଙ୍କି ଲିଙ୍କ ମାମଲା, ଖୁବ୍ ଶୀଘ୍ର ଏନଆଇଏ ଓ ଇଣ୍ଟରପୋଲ୍ ସହାୟତା ନେବ କମିସନରେଟ ପୁଲିସ।
ତଦନ୍ତ ବେଳେ ଚୀନ୍, ପାକିସ୍ତାନ, ବାଂଲାଦେଶ ଓ ମିଡିଲ ଇଷ୍ଟ ଲିଙ୍କ୍ ସାମ୍ନା କୁ ଆସିଛି। ତେଣୁ ଆତଙ୍କି ଲିଙ୍କ୍ ନେଇ ଅଧିକ ଖୋଳତାଡ କରାଯାଉଛି। ରାଜୁକୁ ରିମାଣ୍ଡରେ ଆଣି ସେ ଦୁଇଟି ସିମ ବକ୍ସର ଲୋକେଶନ ଠାବ କରିବ ପୋଲିସ। ରାଜୁକୁ ୧୪ ଦିନ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ। କିନ୍ତୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031