Indus Valley Times

ଜିଲ୍ଲାର ଦୁଇ ଶିକ୍ଷକ ପାଇଲେ ରାଜ୍ୟ ସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡ

 Breaking News

ଜିଲ୍ଲାର ଦୁଇ ଶିକ୍ଷକ ପାଇଲେ ରାଜ୍ୟ ସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡ

October 01
18:39 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଶ୍ରୀ ନବକିଶୋର ଦୀପ ଓ କଣ୍ଟାମାଳ ହାଇସ୍କୁଲ ରେଡ଼କ୍ରସ କାଉନସେଲର ଶ୍ରୀ ବନମାଳୀ ମେହେରଙ୍କୁ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟସ୍ତରୀୟ ବ୍ଲଡ଼ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି ।
ଆୟୋଜିତ ଉତ୍ସବରେବିଭୁତି ଭୁଷଣ ପଟ୍ଟନାୟକ, ଅବୈତନିକ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡେପୁଟି କମିଶନର ଲଲାଟେନ୍ଦୁ ମହାନ୍ତି,ସମ୍ମାନିତ ଅତିଥି ଭାବେ ଡ. ଦେବୀପ୍ରସାଦ ମିଶ୍ର,ଡ.ଗିରିଜା ନନ୍ଦନ କାନୁନଗୋ,ଡ. ସନ୍ତୋଷ ମିଶ୍ର, ଡ.ରମେଶ ଚନ୍ଦ୍ର ବେହେରା, ଲଷ୍ମଣ ସ୍ୱାଇଁ ମଞ୍ଚାସୀନ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31