Indus Valley Times

ନାରାୟଣ ନଗର ଗ୍ରାମର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ, ଯୋଗଦେଇ ଆଲୋଚନା କଲେ ବିଧାୟକ ଓ ଉପ ଜିଲ୍ଲାପାଳ

 Breaking News

ନାରାୟଣ ନଗର ଗ୍ରାମର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ, ଯୋଗଦେଇ ଆଲୋଚନା କଲେ ବିଧାୟକ ଓ ଉପ ଜିଲ୍ଲାପାଳ

November 21
19:58 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୧ : ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗର ଗ୍ରାମରେ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଭବ୍ୟ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୟରେ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ପ୍ରସ୍ତୁତି ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧାୟକଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । ଆସନ୍ତା ଜାନୁଆରୀ ମାସ ୨୪ ତାରିଖ ଠାରୁ ଫେବ୍ରୁୟାରୀ ମାସ ୩ ତାରିଖ ପର‌୍ୟ୍ୟନ୍ତ ୧୧ ଦିନିଆ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ନିଷ୍ପତି ଗ୍ରହଣ କରିଛି ।
ତେଣୁ ସଭାପତି ରାମଜୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅବସରରେ ଜନସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଟ୍ରାଫିକ ନିୟନ୍ତ୍ରଣ, ଗାଡ଼ି ପାର୍କିଂ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ଆଇନ୍ ଶୃଙ୍ଖଳା ପରିସ୍ଥିତି ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।
ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନୂତନ ବିଗ୍ରହ ପ୍ରତିଷ୍ଠା, ଛପନ ପ୍ରହରୀ ନାମଯଜ୍ଞ, ହରିହାଟ ପ୍ରସାଦ ସେବନ, ନବାହ ପରାୟଣ, ପ୍ରବଚନ, କଂସ ଦରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।
ସେହିପରି ସୁଉଚ୍ଚ ତୋରଣ ସହ ରଙ୍ଗୀନ ଆଲୋକ ସଜାସଜ୍ୟା କରାଯିବ । ନୂତନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ବିଗ୍ରହ ଏବଂ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତାଙ୍କ ନୂତନ ବିଗ୍ରହ ଅଣାଯାଇ ପ୍ରାଣ ପ୍ରତିଷ୍ଠା କରାଯିବ । ମନ୍ଦିର ନିର୍ମାଣ କମିଟିର ଉପଦେଷ୍ଟା ଭୋଳକ୍ଷଗିରି ସାହୁ ସ୍ୱାଗତ ଭାଷଣ ଦେବାସହ ସଭା ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗ ଦେଇ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବି ବୋଲି କହିଥିଲେ ।
ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଏବଂ ଆଇନ ଶୃଙ୍ଖଳା ପାଇଁ ପୋଲିସ ସହାୟତା ଏବଂ ସମସ୍ତ ପରମିସେନ କରିବାକୁ କହିଥିଲେ ।
ମନ୍ଦିର ନିର୍ମାଣ କାର‌୍ୟ୍ୟ ବୁଲି ଦେଖିବା ସହ ମନ୍ଦିର କମିଟି ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲ ।
ଏହି ବୈଠକରେ ଶ୍ରୀ ଶ୍ରୀରାମଲୀଳା ସାଂସ୍କୃତିକ ପରିଷଦର ସଭାପତି କିଶୋର ଚନ୍ଦ୍ର ମେହେର, ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ମନ୍ଦିର ନିର୍ମାଣ କମିଟିର ସମ୍ପାଦକ ଗୋପାଳ ମେହେର,ଉପସଭାପତି ଉପେନ୍ଦ୍ର ମେହେର, କୋଷାଧକ୍ଷ ପିତାମ୍ବର ମେହେର,ସଦସ୍ୟ ରଘୁନାଥ ମେହେର, ପ୍ରମୋଦ ମେହେର, ନବକିଶୋର ମେହେର, ରାଜକିଶୋର ମେହେର,ରାଜକ୍ଷ ମେହେର, ନେପାଳ ମେହେର, ଗଣ୍ଡା ମେହେର, ପବିତ୍ର ଦଳାଇ, ଫକୀର ମେହେର, ସହଦେଵ ମେହେର, ବିଭିଷଣ ମେହେର, ବୈଜୁ ମେହେର, ବିଦେଶୀ ମେହେର,ହରି ମେହେର, ଭୁଟୁ ମେହେର, ଡମ୍ବରୁ ମେହେର, ୱାର୍ଡ ସଭ୍ୟ ସମାରୁ ମେହେର,ବିବେକାନନ୍ଦ ମେହେର, କୁନା ମେହେର, ଜଗନ୍ନାଥ ବେହେରା ସମେତ ନାରାୟଣନଗର ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930