Indus Valley Times

ଦହ୍ୟାରେ ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଦହ୍ୟାରେ ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦହ୍ୟାରେ ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
August 13
18:47 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/ ୮ : ବୌଦ୍ଧ ବ୍ଲକ ରକସା ପଞ୍ଚାୟତର ଦହ୍ୟା ଠାରେ ମଙ୍ଗଳବାର ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ସ୍ଥାନୀୟ ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷରୋପଣ କରିଥିଲେ।
ପରେ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥୁରେ ସ୍ଥାନୀୟ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଜନସାଧାରଣ ସାମିଲ ହୋଇଥିଲେ।
ପରେ ମନ୍ତ୍ରୀ ଶ୍ରୀମହାପାତ୍ର କିରାଶିରା ସ୍ଥିତ ଜୀବନ ବିକାଶ ଡିଗ୍ରୀ କଲେଜର ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ମୁଖ୍ୟ ଉନ୍ନୟନ ଅଧିକାରି ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପାଧ୍ୟକ୍ଷା ପାନେଶ୍ୱରୀ ଦେହୁରୀ, କନ୍ଧମାଳ ସାଂସଦଙ୍କ ବୌଦ୍ଧ ବ୍ଲକ ପ୍ରତିନିଧି ସରୋଜ ମେହେର, ଯୋନ ୪ର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ଡାଙ୍ଗ, ମନୁପାଲି ସରପଞ୍ଚ ଭାରତୀ ମଲ୍ଲିକ, ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ରାଜଲଷ୍ମୀ ସ୍ୱାଇଁ, ବୌଦ୍ଧ ଏବିଇଓ ପ୍ରବୀର ରଥ, ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ଉପସଭାପତି ଚିତ୍ତରଞ୍ଜନ ପାତ୍ର, ପୂର୍ବ ସଭାପତି ବିପ୍ରଚରଣ ମହାନ୍ତି, ମନୋରଞ୍ଜନ ଦାଶ, ମାଗୁଣି ଗାଈଗୌରୀଆ, ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଯୁବ ସଭାପତି ଅଟଳ ପ୍ରଧାନ, ରାଜ୍ୟ ବୟନିକାର ପୂର୍ବ ସଭାପତି ଶେଷକୁମାର ମେହେର, ମଣ୍ଡଳ ସଭାପତି ଶରତ କର୍ଣ୍ଣ, ଯୁବନେତା କିଶୋର ମେହେର, ଶୁଭ୍ରାଂଶୁ ଡାଙ୍ଗ, ଗୋପୀନାଥ କହଁରଙ୍କ ସହିତ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031