Indus Valley Times

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ, ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଗିରଫ କଲା ଭିଜିଲାନ୍ସ

 Breaking News

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ, ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ, ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଗିରଫ କଲା ଭିଜିଲାନ୍ସ
September 20
17:44 2025

ବାଲେଶ୍ବର , ୨୦/୯ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜଣେ ପୋଲିସ ବାବୁ । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୋଲିସ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ସୋର ଥାନାର ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସଆଇ ହୃଷୀକେଶ ବିଶ୍ୱାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି ।
ସୂଚନା ଅନୁସାରେ, ଦୁର୍ଘଟଣା ମାମଲାରେ ଅଟକ ଥିବା ଜଣେ ଯୁବକଙ୍କ ମୋଟର ସାଇକେଲକୁ ଛାଡିବା ପାଇଁ ପୋଲିସ ବାବୁ ଜଣକ ଆଠ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଦୁର୍ଘଟଣାର ତଦନ୍ତ ଅନନ୍ତପୁର ଫାଣ୍ଡି ପୋଲିସ ପକ୍ଷରୁ କରାଯାଉଥିଲା । ମୋଟର ସାଇକେଲକୁ ଥାନାରୁ ନେବା ପାଇଁ ଉକ୍ତ ଯୁବକ ପୋଲିସ ବାବୁଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ପରେ ସୋର ଥାନାରେ ଥିବା ପୋଲିସ ବାବୁଙ୍କର ଝନକା ପଶିଛି । ଭିଜିଲାନ୍ସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930