Indus Valley Times

ନିରଜ ଚୋପ୍ରା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ସ୍ଥଳ ସେନାଧ୍ୟକ୍ଷ ଓ ରାଜନାଥ ସିଂହଙ୍କ ଉପସ୍ଥିତିରେ ଦିଆଗଲା ସମ୍ମାନ

 Breaking News

ନିରଜ ଚୋପ୍ରା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ସ୍ଥଳ ସେନାଧ୍ୟକ୍ଷ ଓ ରାଜନାଥ ସିଂହଙ୍କ ଉପସ୍ଥିତିରେ ଦିଆଗଲା ସମ୍ମାନ

October 22
19:22 2025

ନୂଆଦିଲ୍ଲୀ, ୨୨/୧୦ : ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ତାରକା ଜାଭେଲିନ ଖେଳାଳି ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ନୀରଜଙ୍କୁ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ଡିଗ୍ରୀ ପ୍ରଦାନ କରାଯାଇଛି । ଏହି ସମୟରେ ନୀରଜଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ନୀରଜଙ୍କ କାନ୍ଧରେ ବ୍ୟାଚ୍ ପିନ୍ଧାଇ ସମ୍ମାନିତ କରିଥିଲେ । ଭାରତର ରାଜପତ୍ର ଅନୁସାରେ, ଏହି ନିଯୁକ୍ତି ଏପ୍ରିଲ ୧୬ରୁ ଲାଗୁ ହୋଇଛି ।
ନୀରଜ ୨୦୧୬ ଅଗଷ୍ଟ ୨୬ରେ ନାଏବ ସୁବେଦାର ପଦରେ ଜୁନିୟର କମିସଣ୍ଡ ଅଧିକାରୀ ଭାବେ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ । ଏହାର ଦୁଇ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୁଣି ୨୦୨୧ରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ନୀରଜଙ୍କୁ ୨୦୨୧ ମସିହାରେ ସୁବେଦାର ପଦବୀରେ ମଧ୍ୟ ଉନ୍ନୀତ କରାଯାଇଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ, ୨୭ ବର୍ଷୀୟ ଭାରତୀୟ ଆଥଲେଟଙ୍କୁ ୨୦୨୨ ମସିହାରେ ଭାରତୀୟ ସେନା ଦ୍ୱାରା ପରମ ବିଶେଷ ସେବା ପଦକ ପ୍ରଦାନ କରାଯାଇଥିଲା। ୨୦୨୨ ମସିହାରେ ତାଙ୍କୁ ସୁବେଦାର ମେଜର ପଦବୀରେ ଉନ୍ନୀତ କରାଯାଇଥିଲା ଏବଂ ସେହି ବର୍ଷ, ଭାରତୀୟ ଜାଭେଲିନ୍ ଥ୍ରୋ କିମ୍ବଦନ୍ତୀଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031