Indus Valley Times

ରାଜ୍ୟ ନିର୍ବାଚନ କମିଶନର ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଆଗାମୀ ପୌରସଂସ୍ଥା ଓ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ

 Breaking News

ରାଜ୍ୟ ନିର୍ବାଚନ କମିଶନର ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଆଗାମୀ ପୌରସଂସ୍ଥା ଓ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ

ରାଜ୍ୟ ନିର୍ବାଚନ କମିଶନର ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଆଗାମୀ ପୌରସଂସ୍ଥା ଓ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ
December 19
18:17 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୯/୧୨: ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ମୁଧୁସୁଦନ ପାଢ଼ୀ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଆଗାମୀ ଦିନରେ ହେବାକୁ ଯାଉଥିବା ସାଧାରଣ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ବିଭାଗୀୟ ଅଧିକାରୀ ଏବଂ ସମସ୍ତ ବି ଡି ଓ ତହସିଲଦାର, ପୌର ନିର୍ବାହୀ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ ।
ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ,ପ୍ରଶାସନ,ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ,ଖୋର୍ଦ୍ଧା,ଶ୍ରୀ କିଶୋର କୁମାର ପଣ୍ଡା, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇଥିଲେ ।
ଜିଲ୍ଲା ପଂଚାୟତ ଅଧିକାରୀ, ଖୋର୍ଦ୍ଧା ଶ୍ୟାମଳେନ୍ଦୁ ନାୟକ ପୂର୍ବ ସାଧାରଣ ପୌର ଓ ପଂଚାୟତ ନିର୍ବାଚନ ୨୦୨୨ ର ପରିଚାଳନା ତଥା ପ୍ରିସାଇଡିଂ ଓ ପୋଲିଂ ଅଧିକାରୀ ନିୟୋଜନ ଠାରୁ ଆରମ୍ଭ କରି ବୁଥରେ ସର୍ବନିମ୍ନ ସୁବିଧା ଉପଲବ୍ଧ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।
ସେହିପରି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ସମୟରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବି ଡି ଓ ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
ପ୍ରକାଶ ଥାଉକି ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଏକ ଗୋଟି ଲୋକସଭା ଆସନ ଅଧୀନ ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ମୋଟ ୨୪୩୪ ଗୋଟି ମତଦାନ କେନ୍ଦ୍ର ମାଧ୍ୟମରେ ଆଗାମୀ ସାଧାରଣ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କରାଯିବା ସୂଚନା ମିଳିଛି । ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031