Indus Valley Times

ଚିଲିକା ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ

 Breaking News

ଚିଲିକା ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ

ଚିଲିକା ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ
June 15
10:51 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୫/୬ : ରବିବାର ପୂର୍ବାହ୍ନରେ ଖୋରଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସବିତା ସୁନ୍ଦରାୟ, ଡୁଙ୍ଗମାଳ ସିଟି ସରପଞ୍ଚ ଗଣେଶ୍ଵର ସ୍ୱାଇଁ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସ କୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି।
ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ।
ଏଥିସହିତ ରଜ ଦୋଳିର ମଜା ନେବାପାଇଁ ପାନ୍ଥନିବାସ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବା ସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।
ଏହି ଅବସରରେ ସ୍ଥାନୀୟ ଜନ ପ୍ରତିନିଧି,ପର୍ଯ୍ୟଟକ ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଓଟିଡିସି ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930