Indus Valley Times

ଗଜପତି : ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା ସମ୍ପର୍କିତ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା ସମ୍ପର୍କିତ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା ସମ୍ପର୍କିତ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
July 15
22:32 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୭ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ସଭାଗୃହ ଠାରେ\”ଡାହାଣୀ ଆରୋପ ଜନିତ ହିଂସା ଓ ନାରୀ ନିର୍ଯ୍ୟାତନା\” ଶୀର୍ଷକ ସମ୍ପର୍କିତ ଏକ ପାଠଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଆଜିର ସାମ୍ପ୍ରତିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଘଟିଛି , ହେଲେ ଆଜି ପର୍ଯ୍ୟନ୍ତ ମହିଳା ମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଭୟ ଦୂର ହୋଇପାରିନି । ତେଣୁକରି ଛାତ୍ରୀ ମାନଙ୍କୁ ଏ ଦିଗରେ ଆମେ ସଚେତନ କରିବାକୁ ଚାହୁଁଛୁ ଯେ , ଗାଁ ଗହଳିରୁ ଆସୁଥିବା ପିଲାମାନେ ଡାହାଣୀ ପ୍ରଥା ସମ୍ପର୍କରେ ଜାଣୁଛନ୍ତି ଓ ଦେଖୁଛନ୍ତି ଯେ , ସେମାନଙ୍କୁ କିଭଳି ଉଲଗ୍ନ କରାଯିବା ସହ ଗାଁ ଗାଁ ବୁଲାଇବା , ମାଡ଼ ମାରିବା ଏବଂ ବିଷ୍ଠା ଓ ମୂତ୍ର ଖୁଆଇବା ଭଳି ନିର୍ଯ୍ୟାତନା ଦିଆଯାଉଛି ଏସବୁ ସମସ୍ତେ ଦେଖନ୍ତି ହେଲେ ଏହାର ପ୍ରତିବାଦ କେହି କରନ୍ତିନି ।
କିନ୍ତୁ ଏହି ଯେଉଁ ଛାତ୍ରୀ ମାନେ ଆସୁଛନ୍ତି , ହୁଏତ ସେମାନେ ସ୍ବେଚ୍ଛାସେବୀ ମାଧ୍ୟମରେ ହେଉ କି ସେମାନେ ନିଜେ ନିଜେ ଗାଁରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ହେଉ ସେମାନେ ନିଜେ ଏହାର ପ୍ରତିବାଦ କରିପାରିବେ ।
ଅନ୍ୟପକ୍ଷରେ ପିଲାମାନଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରାଯାଉଛି ଯେ , ଡାହାଣୀ ଦ୍ଵାରା ପିଲାମାନେ କିଭଳି ନିଜକୁ ସୁରକ୍ଷିତ ମନେ କରନ୍ତି ନାହିଁ ଏବଂ ଏହି କଥା ଗ୍ରାମ ସମାଜରେ ଗାଁ ଗାଁ ଯାଇ ସେମାନଙ୍କୁ ବୁଝାଇବା ଓ ସଚେତନତା କରାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ । ଯାହାକି , ସମାଜର ସଚେତନତା ପାଇଁ ଏବଂ ଏହି ଛାତ୍ରୀ ମାନଙ୍କ ଦ୍ଵାରା ସମାଜର କିଭଳି ସଚେତନତା ହୋଇପାରିବ ଏବଂ ଆଜିର ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର କିଭଳି ଲୋପ କରାଯାଇପାରିବ ସେ ଦିଗରେ ଆମର ପ୍ରୟାସ ଜାରୀ ରହିଛି ବୋଲି କହିଥିଲେ । ।
କାର‌୍ୟ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଓଡ଼ିଆ ମେଗାଜିନ \”ସମଦୃଷ୍ଟି\”ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ବିଘ୍ନେଶ୍ୱର ସାହୁ ଯୋଗ ଦେଇ କହିଥିଲେ ଯେ , ବର୍ତ୍ତମାନ ସମାଜରେ ମହିଳାଙ୍କ ଉପରେ ନିର‌୍ୟ୍ୟାତନା ଏବଂ ଆରୋପ ଜନିତ ହିଂସା ଯେତେ ପରିମାଣରେ ବୃଦ୍ଧି ପାଉଛି , ସେ ସମ୍ପର୍କରେ ଆମକୁ ବୈଜ୍ଞାନିକ ମତବାଦକୁ କେତେ ଦୃଢ଼ତର କରା ଯାଇପାରିବ ଏବଂ ବୈଜ୍ଞାନିକ ମତବାଦ ହିଁ ଅନ୍ଧବିଶ୍ୱାସ ଓ କୁସଂସ୍କାର ସହ ଆରୋପିତ ହିଂସାକୁ କିଛି ପରିମାଣରେ ପ୍ରଶମିତ ବା ନିରାକରଣ ବା ସମ୍ପୂର୍ଣ୍ଣ ଭାବେ ନିର୍ମୂଳନ କରିପାରିବ । ଆମେ ଯଦି ଛାତ୍ରଛାତ୍ରୀ ମାନଙ୍କ ଭିତରେ ସେମାନଙ୍କ ମଧ୍ୟରେ ଯେଉଁ ସ୍ମାର୍ଟ , ସ୍ପୁଲିଂ ଓ ସ୍ପାର୍କିଙ୍ଗ ରହିଛି , ସେହି ଭିତରେ ହିଁ ସେମାନେ ଉଦବୁଦ୍ଧ ହୋଇପାରିବେ । ଏହି ବୟସରେ ଯଦି ସେମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ବ୍ରତୀ କରାଇ-ପାରିବା , ଆରୋପିତ ହିଂସା ବା ଆରୋପିତ ଯେ କୌଣସି ନିର‌୍ୟ୍ୟାତନାକୁ ନେଇ କିପରି ମୁକାବିଲା କରିପାରିବେ ଏବଂ ଆଇନର ଆଶ୍ରୟ ନେଇ ନିଜ ସହ ନିଜ ପରିବାର ଓ ସମାଜକୁ ସୁରକ୍ଷା ଦେଇପାରିବେ , ତା ହେଲେ ତାହା ଏକ ଫଳପ୍ରସୂ ଓ ଫଳବତୀ ଜିନିଷ ହୋଇପାରିବା । ଏଭଳି ସଚେତନତା ମୂଳକ କାର‌୍ୟ୍ୟକ୍ରମ ଆଗେଇ ନେଇ ଚାଲିଥିବା ଯୋଗୁଁ ଏବଂ ଏଭଳି ଅଭିଯାନ ଓ ଅଭିପ୍ରାୟ ପାଇଁ ସେ କଲେଜ କର୍ତ୍ତୃପକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନଙ୍କ ପ୍ରତି ଭୂୟସୀ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ ।
ଅତିଥି ଅଧ୍ୟାପିକା ମହାନ୍ତି ମେଡମ ଯୋଗ ଦେଇ ଡାହାଣୀ ଅନ୍ଧବିଶ୍ୱାସ ଓ କୁସଂସ୍କାର ଯୋଗୁଁ ବିଭିନ୍ନ ସମୟରେ ମହିଳା ନାରୀ ମାନେ କିଭଳି ଅକଥନୀୟ ନିର‌୍ୟ୍ୟାତନାର ଶିକାର ହୋଇଥାନ୍ତି , ତାହା ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
କାର‌୍ୟ୍ୟକ୍ରମରେ ଅତିଥି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ଭିଡିଓ ଚିତ୍ର ମାଧ୍ୟମରେ ଡାହାଣୀ ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ସବୁ ଉପରେ ସଚେତନ କରାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031