Indus Valley Times

ସ୍ଥାୟୀ ବିଇଓଙ୍କ ଅଭାବରେ ଟିଟିଲାଗଡ ଶିକ୍ଷା ପ୍ରଶାସନ ଠପ୍; ଫାଇଲ ଅନୁମୋଦନରେ ବିଳମ୍ବ,ଉଠିଲା ଅବ୍ୟବସ୍ଥାର ଅଭିଯୋଗ

 Breaking News

ସ୍ଥାୟୀ ବିଇଓଙ୍କ ଅଭାବରେ ଟିଟିଲାଗଡ ଶିକ୍ଷା ପ୍ରଶାସନ ଠପ୍; ଫାଇଲ ଅନୁମୋଦନରେ ବିଳମ୍ବ,ଉଠିଲା ଅବ୍ୟବସ୍ଥାର ଅଭିଯୋଗ

July 30
12:09 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଟିଟିଲାଗଡ/ବଲାଙ୍ଗିର, ୩୦/୭ : ଟିଟିଲାଗଡ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟରେ ପ୍ରାୟ ତିନି ମାସ ଧରି ସ୍ଥାୟୀ ବିଇଓ ନିଯୁକ୍ତି ନ ହେବାରୁ ଶିକ୍ଷା ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।
ପୂର୍ବତନ ବିଇଓ ଆର୍ତ୍ତତ୍ରାଣ ରଥଙ୍କ ଅବସର ଗ୍ରହଣ ପରେ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ହୋଇନଥିବା ବେଳେ, ପୁଇନ୍ତଲା ବ୍ଲକ୍ ବିଇଓ ରତ୍ନମୟୀ ପୁରୋହିତ ଅତିରିକ୍ତ ଦାୟିତ୍ୱରେ ଟିଟିଲାଗଡ ବିଇଓ ଭାବେ କାର୍ଯ୍ୟ କରୁଛନ୍ତି।
ସ୍ଥାନୀୟ ସୂତ୍ର ଅନୁସାରେ,ଅତିରିକ୍ତ ଦାୟିତ୍ୱରେ ଥିବା ବିଇଓଙ୍କ ଅନିୟମିତ ଉପସ୍ଥିତି ଯୋଗୁଁ କାର୍ଯ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାମ ବିଳମ୍ବିତ ହେଉଛି।
ବିଶେଷକରି ଶିକ୍ଷା ସମ୍ପର୍କିତ ଫାଇଲ ଅନୁମୋଦନ,ଦସ୍ତଖତ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ସମୟରେ ସମ୍ପନ୍ନ ହୋଇପାରୁନଥିବାରୁ କର୍ମଚାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି।
ସାମାନ୍ୟ ଦସ୍ତଖତ ପାଇଁ ମଧ୍ୟ ପ୍ରାୟ ୬୫ କିଲୋମିଟର ଦୂର ପୁଇନ୍ତଲା ବ୍ଲକ୍ କାର୍ଯ୍ୟାଳୟକୁ କର୍ମଚାରୀମାନଙ୍କୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି।
ଏହା ସହ ଆଉ ଏକ ଅଭିଯୋଗରେ କୁହାଯାଇଛି ଯେ, କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟର ଦୁଇ ବର୍ଷରୁ ଅଧିକ ସମୟ ଧରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସରକାରୀ କ୍ୱାର୍ଟରରେ ରହୁଥିବା ନେଇ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ପଚାରିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଏହି ବିଷୟ ରେ ଅବଗତ ଥିବା ସ୍ୱୀକାର କରିଛନ୍ତି।
ଅନ୍ୟପକ୍ଷରେ,ଖୋଲାନ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଗଠନ ପରେ ଆବଶ୍ୟକ ଦସ୍ତଖତରେ ବିଳମ୍ବ ହେବାରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ନବଗଠିତ ପରିଚାଳନା କମିଟିର ସଦସ୍ୟମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ସମସ୍ୟାର ସମାଧାନ ପାଇଁ ସହ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ମିଳିଛି।
ଏହି ସମସ୍ତ ଅଭିଯୋଗ ମଧ୍ୟରେ ଟିଟିଲାଗଡ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ସ୍ଥାୟୀ ବିଇଓଙ୍କ ନିଯୁକ୍ତିରେ ବିଳମ୍ବ ଏବଂ ପ୍ରଶାସନିକ ସମନ୍ୱୟର ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବାରୁ ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ମହଳରେ ଦାବି ହେଉଛି।
ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷା ବିଭାଗର ବିସ୍ତୃତ ପ୍ରତିକ୍ରିୟା ମିଳିପାରିନାହିଁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930