Indus Valley Times

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ: ମୁଖ୍ୟମନ୍ତ୍ରୀ

 Breaking News

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ: ମୁଖ୍ୟମନ୍ତ୍ରୀ

ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ: ମୁଖ୍ୟମନ୍ତ୍ରୀ
July 30
19:06 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୩୦/୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି।
ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସାମିଲ ହୋଇ ମହାନଦୀ ଜଳ ବଣ୍ଟନ, ପରିଚାଳନା ଓ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।
ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଓଡ଼ିଶାର ଜଳ ଅଧିକାର, ଚାଷୀଙ୍କ ସ୍ୱାର୍ଥ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟର ପକ୍ଷକୁ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ସେ କହିଛନ୍ତି, ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଗଠନମୂଳକ ଆଲୋଚନା ଓ ପାରସ୍ପରିକ ସହଯୋଗରେ ଆଗକୁ ବଢ଼ିବେ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ତିନି ମାସ ମଧ୍ୟରେ, ଅର୍ଥାତ ଦୀପାବଳି ସୁଦ୍ଧା, ମହାନଦୀ ଜଳ ବିବାଦର ଏକ ଗ୍ରହଣଯୋଗ୍ୟ, ସ୍ଥାୟୀ ଏବଂ ଆପୋଷ ସମାଧାନ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ନିୟମିତ ଆଲୋଚନା ପ୍ରକ୍ରିୟା ଜାରି ରହିବ।
ବୈଠକରେ କେନ୍ଦ୍ର ସରକାର ମଧ୍ୟ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ବଜାୟ ରଖି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହଯୋଗ କରିବାକୁ ଆଶ୍ୱାସନ ଦେଇଛନ୍ତି।
ଦୀର୍ଘ ବର୍ଷ ଧରି ଆଇନଗତ ଓ ପ୍ରଶାସନିକ ସ୍ତରରେ ଚାଲିଥିବା ଏହି ବିବାଦର ସମାଧାନ ଦିଗରେ ଏହି ବୈଠକକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଭାବେ ଦେଖାଯାଉଛି।
ଏବେ ସମସ୍ତଙ୍କ ନଜର ଆସନ୍ତା ତିନି ମାସର ଆଲୋଚନା ଉପରେ ରହିଛି। ଯଦି ସବୁକିଛି ଯୋଜନା ଅନୁଯାୟୀ ଆଗକୁ ବଢ଼େ, ତେବେ ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ଏକ ସ୍ଥାୟୀ ଓ ସନ୍ତୋଷଜନକ ସମାଧାନର ବାଟ ଫିଟିପାରେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930