ବାଲାଜୀ କଲେଜ ଅଫ ନର୍ସିଂକୁ ମିଳିଲା ଏନ୍ଓସି : ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ; ମୋଟ ୩୬୫ ସିଟ୍ରେ ନାମଲେଖା ସୁଯୋଗ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର , ୧୨/୯ : ବଲାଙ୍ଗିର ଜିଲ୍ଲାର ନର୍ସିଂ ଶିକ୍ଷା କ୍ଷେତ୍ରରେ ଆଉ ଏକ ଖୁସି ଖବର।ପୁଇଁତଲାସ୍ଥିତ ବାଲାଜୀ କଲେଜ ଅଫ୍ ନର୍ସିଂକୁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ NOC (No Objection Certificate) ଅନୁମୋଦନ ମିଳିଛି।DMET ଅନୁମୋଦନ କ୍ରମେ କଲେଜ ପକ୍ଷରୁ ANM, GNM, B.Sc. Nursing, P.B.B.Sc. Nursing ଓ M.Sc. Nursing ପାଠ୍ୟକ୍ରମ ପାଇଁ NOC ଗ୍ରହଣ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ଭୁବନେଶ୍ୱରସ୍ଥିତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ Letter No. ONMRC-WP(C)-97-2026 by 4197 ଏବଂ ONMRC-WP(C)-୯୭-୨୦୨୬ by ୪୧୧୯ ଅନୁଯାୟୀ ଏହି ଅନୁମୋଦନ ପ୍ରଦାନ କରାଯାଇଛି।
ଏହା ଫଳରେ ନର୍ସିଂ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ବାଲାଜୀ କଲେଜ ଅଫ୍ ନର୍ସିଂରେ ଉଚ୍ଚଶିକ୍ଷାର ଅଧିକ ସୁଯୋଗ ସୃଷ୍ଟି ହୋଇଛି।
ଚଳିତ ଶିକ୍ଷାବର୍ଷରେ ANMରେ ୪୦ଟି,GNMରେ ୧୨୦ଟି, B.Sc. Nursingରେ ୧୨୦ଟି,P.B.B.Sc. Nursingରେ ୬୦ଟି ଏବଂ M.Sc. Nursingରେ ୨୫ଟି ସିଟ୍ ଅନୁମୋଦିତ ହୋଇଛି।ଅର୍ଥାତ୍ ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ମୋଟ ୩୬୫ଟି ସିଟ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗ୍ରହଣର ସୁଯୋଗ ରହିଛି।
ନର୍ସିଂ ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ।ତାତ୍ତ୍ୱିକ ଜ୍ଞାନ ସହ ପ୍ରାୟୋଗିକ ଦକ୍ଷତା ହାସଲ କରିବା ଜଣେ ନର୍ସିଂ ଛାତ୍ରଛାତ୍ରୀଙ୍କ ପେଶାଗତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ।ଏହାକୁ ଦୃଷ୍ଟିରେ ରଖି ବାଲାଜୀ କଲେଜ ଅଫ୍ ନର୍ସିଂରେ ଶିକ୍ଷାଦାନ ସହ ପ୍ରାୟୋଗିକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି।କଲେଜରେ ଆବଶ୍ୟକୀୟ ଯନ୍ତ୍ରପାତି ସହ ଲ୍ୟାବ୍ ବ୍ୟବସ୍ଥା ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ଜ୍ଞାନ ହାସଲ କରିବାର ସୁଯୋଗ ମିଳୁଛି।
କଲେଜରେ ଦକ୍ଷ ଅଧ୍ୟାପକ-ଅଧ୍ୟାପିକାଙ୍କ ମାଧ୍ୟମରେ ନିୟମିତ ଓ ଶୃଙ୍ଖଳିତ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି।ଶ୍ରେଣୀଗୃହ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ଦକ୍ଷତା,ବ୍ୟବହାରିକ ଜ୍ଞାନ ଓ ମାନବିକ ଦୃଷ୍ଟିକୋଣର ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ରହିଛି।
ଦୂରଦୂରାନ୍ତରୁ ଆସୁଥିବା ଆବାସିକ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରହଣି ବ୍ୟବସ୍ଥା ସହ ଖାଦ୍ୟର ବ୍ୟବସ୍ଥା ରହିଛି।ଏଥିସହ କଲେଜ ପରିସରର ଶାନ୍ତ,ସୁସ୍ଥ ଓ ଶିକ୍ଷା ଅନୁକୂଳ ପରିବେଶ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ସହାୟକ ହେଉଛି।
NOC ଅନୁମୋଦନ ପରେ ବାଲାଜୀ କଲେଜ ଅଫ୍ ନର୍ସିଂରେ ନର୍ସିଂ ଶିକ୍ଷା ହାସଲ କରିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି।ବିଶେଷକରି ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଅଞ୍ଚଳରେ ବିଭିନ୍ନ ସ୍ତରର ନର୍ସିଂ ଶିକ୍ଷା ହାସଲ କରିବାର ସୁଯୋଗ ଏହି ଅନୁମୋଦନ ଦ୍ୱାରା ଆହୁରି ବ୍ୟାପକ ହୋଇଛି।
ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପାଠ୍ୟକ୍ରମ,ନାମଲେଖା ଓ ଅନ୍ୟାନ୍ୟ ବିବରଣୀ ପାଇଁ କଲେଜ ସହ ଯୋଗାଯୋଗ କରିପାରିବେ।
ଯୋଗାଯୋଗ: ୯୦୩୬୪୧୮୦୦୯






