Indus Valley Times

ବୌଦ୍ଧରେ ଭିବିଜି ରାମଜୀ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା : ଅନ୍ତ ବିଭାଗୀୟ ସମନ୍ବୟ ରଖି ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

 Breaking News

ବୌଦ୍ଧରେ ଭିବିଜି ରାମଜୀ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା : ଅନ୍ତ ବିଭାଗୀୟ ସମନ୍ବୟ ରଖି ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ବୌଦ୍ଧରେ ଭିବିଜି ରାମଜୀ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା : ଅନ୍ତ ବିଭାଗୀୟ ସମନ୍ବୟ ରଖି ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
September 13
11:21 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୯ : ବୌଦ୍ଧ ପଞ୍ଚାୟତ ଭବନଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଭିବିଜି ରାମଜୀ ଯୋଜନା ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଏଥିରେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ୱାଗତ କରି ୱାର୍କଶପ୍‌ର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ ।
ଡିଏଫ୍‌ଓ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଗୋଚ୍ଛାୟତ, ପିଡି ୱାଟରସେଡ୍, ସମସ୍ତ ବିଡିଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ,ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଏବଂ ସମସ୍ତ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ୱାର୍କଶପ୍‌ରେ ଭିବିଜି ରାମଜୀ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ଆବଶ୍ୟକୀୟ ଓ ଉପଯୋଗୀ ଭିତ୍ତିଭୂମି ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା।
ଏଥିରେ ରୁରାଲ ପାର୍କ, ପଞ୍ଚାୟତ ଲାଇବ୍ରେରୀ, କଲ୍ୟାଣ ମଣ୍ଡପ, ପ୍ଲେଗ୍ରାଉଣ୍ଡ, ମଡେଲ୍ ଟାଙ୍କ, ରୁରାଲ ହାଟ୍, କ୍ରିମାଟୋରିୟମ୍ ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେବାପାଇଁ କୁହାଯାଇଥିଲା।
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଜିଲ୍ଲାରେ ୭,୮୪,୯୯୫ ମାନବ ଶ୍ରମ ଦିବସ (କ୍ଟ୍ରରକ୍ସଗ୍ଦକ୍ଟଦ୍ଭ-ୟବଚ୍ଚଗ୍ଦ) ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ, ଏଥିପାଇଁ ପ୍ରାୟ ୩୯.୨୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।
ସେହିପରି ‘ଏକ ପେଡ୍ ମା କେ ନାମ’ ଯୋଜନା ଅଧୀନରେ ଜିଲ୍ଲାରେ ୪୭,୬୫୦ଟି ଚାରାରୋପଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜିଲ୍ଲାପାଳ ଭିବିଜି ରାମଜୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ, ଯୋଜନାବଦ୍ଧ କାର୍ଯ୍ୟପନ୍ଥା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଗ୍ରାମାଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ଗ୍ରାମବାସୀଙ୍କ ପାଇଁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930