ରମାଦେବୀରେ ଜିତିଲେ ବିସିଜେଡିର ସୋନାଲି ବେହେରା
October 15
20:00
2026
ଭୁବନେଶ୍ୱର,୧୫ /୧୦: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। BCJDବିଜୟ ପରେ ଛାତ୍ରୀମାନେ ଜୋରଦାର ସେଲିବ୍ରେଶନ କରିଛନ୍ତି।
ସୂଚନାଯୋଗ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟରେ AVBP ଏବଂ BCJDମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।
ଉଭୟ ପକ୍ଷରୁ ଛାତ୍ରୀମାନେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ବୈଠକରେ ନିଆରା ଶୈଳୀରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରୀଛାତ୍ରଙ୍କ ବିକାଶ ଯୋଜନାର କଥା କହିବା ସହ ପ୍ରତିପକ୍ଷଙ୍କୁ ତେରର୍ଚ୍ଛା ବାଣ ମାରୁଥିଲେ।






