Indus Valley Times

ଆଜି ହେଉଛି ମହାଷ୍ଟମୀ : ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା

 Breaking News

ଆଜି ହେଉଛି ମହାଷ୍ଟମୀ : ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା

ଆଜି ହେଉଛି ମହାଷ୍ଟମୀ : ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା
October 18
20:41 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୮/୧୦ : ଆଜି ହେଉଛି ମହାଷ୍ଟମୀ । ଶାରଦୀୟ ଦୁର୍ଗାପୂଜାର ଆଜି ଅଷ୍ଟମ ଦିନ । ଆଜି ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା । ସେପଟେ ମଣ୍ଡପରେ ଅନୁଷ୍ଠିତ ହେଉଛି ମହାସପ୍ତମୀ ।
ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପୂଜା ପେଣ୍ଡାଲ । ମା’ଙ୍କ ଅପୂର୍ବ ମୃଣ୍ମୟୀ ମୂର୍ତ୍ତିକୁ ଥରେ ଦେଖି ଦେଲା ପରେ ଆଖି ଲାଖିଯାଉଛି । କେଉଁଠି ମାଙ୍କ ମୁଣ୍ଡରେ ରୁପା ଓ ସୁନାର ମୁକୁଟ ଝଲସୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣକୁ ଦେଖି ପାଦ ଅଟକି ଯାଉଛି । କଟକଠାରୁ ନେଇ କୋରାପୁଟ ଯାଏ ଚାଲିଛି ମାଙ୍କ ସ୍ୱତନ୍ତ୍ର ପୂଜା ନୀତି ।
ନବରାତ୍ରିର ଅଷ୍ଟମୀ ଦିନଟି ଦୁର୍ଗାଷ୍ଟମୀ ନାମରେ ନାମିତ । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ନବରାତ୍ରୀ ପୂଜାର ଅଷ୍ଟମ ଦିନ । ଅଷ୍ଟମ ରୂପରେ ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା । ମହାଗୌରୀ ଶୁଦ୍ଧତା, ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ଶରୀର ହିମଶୁଭ୍ର, ଶୁଭ୍ରବସନା, ଓ ତାଙ୍କୁ ବୃଷଭବାହିନୀ ବୋଲି ବର୍ଣ୍ଣନା କରାଯାଏ । ମାଙ୍କର ଚାରି ଭୁଜା, ଗୋଟିଏରେ ତ୍ରିଶୂଳ, ଅନ୍ୟଟିରେ ଡମ୍ବରୁ ଓ ଦୁଇଟି ଭୁଜାରେ ଅଭୟ ଓ ବରମୁଦ୍ରା ରହିଥାଏ ।
କେତେକ ସ୍ଥାନରେ ବିଶ୍ୱାସ କରାଯାଏ, ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରକୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା ପୂଜା ମଧ୍ୟ ଏହି ଦିନ କରାଯାଏ ।
ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣ ର ଆଜି ଅନ୍ତିମ ଦିବସ । ମା’ କଟକ ଚଣ୍ଡୀ, ମା’ ସମଲେଇ, ଘଟଗାଁରେ ମା’ ତାରିଣୀ, ଝଙ୍କଡ଼ରେ ମା’ ଶାରଳା, ଯାଜପୁରରେ ମା’ ବିରଜା ଭଳି ଶକ୍ତି ପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ବିଧି କରାଯାଉଛି ।
ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ଦେବୀ ମନ୍ଦିର ଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ମା ଶାରଳା ଆଜି ମହାଗୌରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ହେଉଛି ମା’ଙ୍କର ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଏବଂ ମନୋହର ରୂପ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ସେହିପରି ସୁନାବେଶରେ ଦର୍ଶନ ଦେଉଛନ୍ତି ଝଙ୍କଡ଼ ବାସିନୀ ମାଆ ଶାରଳା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031