Indus Valley Times

ଗଜପତି : କିମ୍ବୁସିଂ ଗ୍ରାମର ଗ୍ରାମସଭାରେ ପାରଳା ବିଧାୟକ ଯୋଗଦେଇ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା

 Breaking News

ଗଜପତି : କିମ୍ବୁସିଂ ଗ୍ରାମର ଗ୍ରାମସଭାରେ ପାରଳା ବିଧାୟକ ଯୋଗଦେଇ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା

ଗଜପତି : କିମ୍ବୁସିଂ ଗ୍ରାମର ଗ୍ରାମସଭାରେ ପାରଳା ବିଧାୟକ ଯୋଗଦେଇ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା
November 14
22:41 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୪/୧୧ :
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଆଦିବାସୀ ବହୁଳ କିମ୍ବୁସିଂ ଗ୍ରାମରେ ଅନୁଷ୍ଠିତ ଗ୍ରାମସଭା ରେ ଯୋଗଦେଇ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।
ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ପରେ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ଗ୍ରାମରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ବିଧାୟକ।
ଗ୍ରାମ ସଭାରେ ଗ୍ରାମବାସୀ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।
ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ପରେ ତାହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଗୁରୁତ୍ଵ ପ୍ରକାଶ କରିଥିଲେ।
ଏହି ଅବସରରେ ଗ୍ରାମରେ ରହିଥିବା ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ନିମନ୍ତେ ବିଧାୟକ ରୂପେଶ ପାଣିଗ୍ରାହୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ।
ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଯଥାଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।
ଗ୍ରାମାଞ୍ଚଳର ବିକାଶ, ଲୋକଙ୍କ ମୌଳିକ ସୁବିଧା ଓ ସମସ୍ୟାର ସମାଧାନ ନିମନ୍ତେ ଏଭଳି ଗ୍ରାମ ସଭାରେ ସିଧାସଳଖ ଯୋଗଦାନ କରି ଜନସାଧାରଣଙ୍କ ସହ ଆଲୋଚନା କରିବାକୁ ବିଧାୟକଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।
ଏହି ଗ୍ରାମ ସଭା କାର୍ଯ୍ୟକ୍ରମରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ବିଜେଡି ନେତା ଜେମସ୍ ରାଇକା, ପାସନ୍ନ ରଇତ୍, ମାଲା ଶ୍ରିନୁ, ଚାଳକ ସୂର୍ଯ୍ୟ ଭୁଁୟା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ।
ଗ୍ରାମବାସୀଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ତୁରନ୍ତ ପଦକ୍ଷେପ — ଗ୍ରାମ ସଭାରେ ବିଧାୟକଙ୍କ ଲୋକମୁଖୀ ପ୍ରୟାସ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30