Indus Valley Times

ଦିଲ୍ଳୀ: ଇଣ୍ଡିଆ ଗେଟ୍ ବଦଳରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ ଅମର ଯବାନ ଜ୍ୟୋତି

 Breaking News

ଦିଲ୍ଳୀ: ଇଣ୍ଡିଆ ଗେଟ୍ ବଦଳରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ ଅମର ଯବାନ ଜ୍ୟୋତି

January 21
11:05 2022

ନୂଆଦିଲ୍ଲୀ,୨୧/୧: ଆଉ ଜଳିବନି ଅମର ଯବାନ ଜ୍ୟୋତି। ଆଜିଠୁ ସବୁଦିନ ପାଇଁ ଲିଭିଯିବ ଏହି ଜ୍ୟୋତି । ଇତିହାସରେ ହଜିଯିବ ବିଗତ ୫୦ର ପରମ୍ପରା। ଇଣ୍ଡିଆ ଗେଟ୍ରେ ବର୍ଷ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତି ଆଜି ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ଜ୍ୟୋତି ସହ ବିଲୟ ହୋଇଯିବ । ଆଗକୁ ଗଣତନ୍ତ୍ର ଦିବସ ଥିବା ବେଳେ ଏହା ପୂର୍ବରୁ ଆଜି ଦୀର୍ଘ ବର୍ଷର ପରମ୍ପରାର ବିଲୟ ହେବ । ଆଜି ଅପରାହ୍ନ ୩ଟା୩୦ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ଆୟୋଜିତ ହେବ ବୋଲି ଗତକାଲି ସେନା ତରଫରୁ ସୂଚନା ଦିଆଯାଇଛି।
ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ପ୍ରାଣ ହରାଇଥିବା ୮୪ ହଜାର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବ୍ରିଟିଶ ସରକାରଙ୍କ ଦ୍ୱାରା ଇଣ୍ଡିଆ ଗେଟ ନିର୍ମିତ ହୋଇଥିଲା। ଏହାପରେ ୧୯୭୧ ମସିହାରେ ଭାରତ- ପାକ୍ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଥିଲା। ଅପରପକ୍ଷେ, ୧୯୪୭ ମସିହାରୁ ଶହୀଦ ହୋଇଥିବା ୨୬, ୪୬୬ ଯବାନଙ୍କ ସ୍ମୃତିରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ମସିହା ଫେବୃଆରୀ ୨୫ରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକର ଉଦ୍ଘାଟନ କରିଥିଲେ। ସେଠାରେ ଶହୀଦ ସୈନ୍ୟଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି।
ଜାତୀୟ ଯୁଦ୍ଧ ସ୍ମାରକୀ ଭବନ (ଘବଗ୍ଧସକ୍ଟଦ୍ଭବକ୍ଷ ଡବକ୍ସ ଗରଜ୍ଞକ୍ଟକ୍ସସବକ୍ଷ) ଉଦ୍ଘାଟନ ହେବା ପରେ ସମସ୍ତ ସାମରିକ ସମାରୋହ କାର‌୍ୟ୍ୟକ୍ରମକୁ ଇଣ୍ଡିଆ ଗେଟ୍ ମେମୋରିଆଲରୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ଏହା ସ୍ୱତନ୍ତ୍ର ଭାବେ ଦେଶର ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବାରୁ ଅମର ଯବାନ ଜ୍ୟୋତିକୁ ମଧ୍ୟ ଏହା ସହ ବିଲୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି କୁହାଯାଇଛି।
ଏହାକୁ ନେଇ ବହୁ ପୂର୍ବତନ ସେନା ଅଧିକାରୀଙ୍କ ମଧ୍ୟରେ ଦ୍ୱିମତ ପ୍ରକାଶ ପାଇଛି। ବହୁ ପୂର୍ବତନ ସେନା ଅଧିକାରୀ ଏହି ବିଲୟକୁ ସମର୍ଥନ କରିଛନ୍ତି। ହେଲେ ଅମର ଯବାନ ଜ୍ୟୋତି ପ୍ରତି ଭାରତୀୟଙ୍କ ହୃଦୟରେ ନିଜ ସ୍ଥାନ ତିଆରି କରିଥିବାରୁ ଏହାର ଏପରି ବିଲୟକୁ ବହୁ ସେନା ଅଧିକାରୀ ନାପସନ୍ଦ ବି କରିଛନ୍ତି।
ନ୍ୟାସନାଲ ଯୁଦ୍ଧ ମେମୋରିଆଲ୍ ହେଉଛି ଦେଶର ଏକମାତ୍ର ସ୍ମାରକ ଯେଉଁଠାରେ ଦେଶା ସେନା, ନୌ ସେନା ଏବଂ ବାୟୁସେନା ସୈନିକଙ୍କ ନାମ ଗୋଟିଏ ଛାତ ତଳେ ଲିପିବଦ୍ଧ ରହିଛି। ଜାତୀୟ ଯୁଦ୍ଧ ମେମୋରିଆଲରେ ଚାରୋଟି ସ୍ତର ଯଥା ଚାରି ଚକ୍ର ଅଛି ଜ୍ଝ ଭିତରର ଚକ୍ର ହେଉଛି ୧୫.୫ ମିଟର ଉଚ୍ଚ ସ୍ମୃତି ସ୍ତମ୍ଭ ସହିତ ଅମର ଚକ୍ର ଯେଉଁଠାରେ ଅମର ଜ୍ୟୋତି ଜଳୁଛି ଜ୍ଝ ଏହି ଜ୍ୟୋତି ଶହୀଦ ସୈନିକଙ୍କ ଅମର ଆତ୍ମାର ପ୍ରତୀକ । ଏଥିସହ ଏହା ପ୍ରମାଣ କରୁଛି ଯେ, ଦେଶ କେବେ ବି ନିଜ ସୈନ୍ୟଙ୍କ ବଳିଦାନକୁ କେବେ ବି ଭୁଲିବ ନାହିଁ।
ଦ୍ୱିତୀୟ ଚକ୍ରରେ ବୀରତା ଚକ୍ର ସ୍ଥାନ ପାଇଛି। ଯେଉଁଠାରେ ସେନା, ନୌ ସେନା ଏବଂ ବାୟୁସେନା ବୀରତାର ସହ ଲଢ଼ିଥିବା ୬ ପ୍ରମୁଖ ଯୁଦ୍ଧ ବିଷୟରେ ଉଲ୍ଲେଖ ରହିଛି। ତୃତୀୟ ସ୍ତରରେ ତ୍ୟାଗ ଚକ୍ର ଅର୍ଥାତ ଶହୀଦ ସୈନିକଙ୍କ ନାମ ଲିପିବଦ୍ଧ ରହିଛି ଯେଉଁମାନେ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇଛନ୍ତି। ଦେଢ ମିଟରର କାନ୍ଥରେ ଏହି ଅମର ସୈନିକଙ୍କ ନାମ ଲିପିବଦ୍ଧ ରହିଛି। ଏହାପରେ ସୁରକ୍ଷା ଚକ୍ରରେ ୬୯୫ଟି ଗଛ ଅଛି ଯାହାକି ଦେଶର ସୁରକ୍ଷାରେ ସଦାସର୍ବଦା ନିୟୋଜିତ ସୈନିକଙ୍କୁ ପ୍ରଦର୍ଶୀତ କରୁଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30