Indus Valley Times

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷା ବିଭାଗ କିରାଣୀ

 Breaking News

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷା ବିଭାଗ କିରାଣୀ

June 24
19:50 2022

ଧର୍ମଗଡ଼,୨୪/୬: ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଭିନ୍ନ ପ୍ରାପ୍ୟ କରାଇଦେବା ନିମନ୍ତେ ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ। ଏହି ସମୟରେ ନେଇଥିବା ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ କିରାଣୀଙ୍କୁ ଧରିଛି ଭିଜିଲାନ୍ସ।
ଏହି ଲାଞ୍ଚୁଆ କିରାଣୀ ଜଣକ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ବା ବଡ଼ବାବୁ ଯୁଧିଷ୍ଠିର ହରିଜନ ଓରଫ କୁମାର। ସେ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଆଜି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ କାର୍ଯ୍ୟାଳୟର ଅଧିକାରୀମାନେ ଏହି ଚଢ଼ଉରେ ସାମିଲ ହୋଇଥିଲେ।
କଲମପୁର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ମାଝୀଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ। ଉକ୍ତ କିରାଣୀଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟ।।ଳୟରେ ଅଟକ ରଖି ଭିଜିଲାନ୍ସ ଅଧିକାରୀମାନେ ଅଧିକ ପଚରାଉଚରା କରୁଛନ୍ତି।
ଏଥିସହ ତାଙ୍କ ଘର କଳାହାଣ୍ଡ ଅନ୍ତର୍ଗତ ଜୁନାଗଡ଼ର ମଥୁରା ଗ୍ରାମ ଓ କମଳପୁର ଅଫିସ୍ ରୁମ୍ରେ ଏକକାଳୀନ ଚଢ଼ାଉ କରି ଯାଞ୍ଚ କରିଥିଲା ଭିଜିଲାନ୍ସ।
ଲାଞ୍ଚ ନେବା ନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ଏହି ଲାଞ୍ଚୁଆ ଅଧିକାରୀଙ୍କ ଆୟ ବ୍ୟୟ ନେଇ ଅଧିକ ସୂଚନା ଠୁଳ କରିବା ନିମନ୍ତେ ତଦନ୍ତ ଚଳାଇଛି।
ଅବସରକାଳୀନ ବିଭିନ୍ନ ପ୍ରାପ୍ୟ କରାଇଦେବା ନିମନ୍ତେ ଏହି ମୁଖ୍ୟ କିରାଣୀ ଲାଞ୍ଚ ମାଗିବା ପରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ମାଝୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଯାହାପରେ ଭିଜିଲାନ୍ସ ଏହି ଲାଞ୍ଚୁଆ କିରାଣୀଙ୍କୁ ଧରିବାକୁ ବାଟ ତିଆରି କରିଥିଲା। ଭିଜିଲାନ୍ସ ପରାମର୍ଶ ମୁତାବକ ଶ୍ରୀ ମାଝୀ ଆଜି ଟଙ୍କା ଲାଞ୍ଚ ଦେଇଥିଲେ। ଏହାକୁ ନେଇ ରଖିଥିବା ମୁଖ୍ୟ କିରାଣୀଙ୍କୁ ଭିଜିଲାନ୍ସ ତୁରନ୍ତ ଚଢ଼ାଉ କରି ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30