Indus Valley Times

ବଙ୍ଗୋପସାଗରରେ ଲଘୁଚାପ : ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା

 Breaking News

ବଙ୍ଗୋପସାଗରରେ ଲଘୁଚାପ : ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ : ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା
August 07
10:35 2022

ଭୁବନେଶ୍ବର, ୭/୮: ଲଘୁଚାପ ସୃଷ୍ଟି ହେବା ଫଳରେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୧୦ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ।
ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଟୁଇଟର ଜରିଆରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜିଠାରୁ ସମୁଦ୍ର ଅଶାନ୍ତ ରହିବ।
ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଛି।
ଅତି ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ଏହି ସମୟରେ ତଳୁଆ ଅଞ୍ଚଳ, ଅଣ୍ଡର-ପାସ ରୋଡରେ ପାଣି ଜମିବା ସହ , କଚ୍ଚା-ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଠିକ୍ ସେହିପରି ତଳୁଆ ଚାଷଜମିରୁ ବର୍ଷା ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିଯାଉଥିବାରୁ, ଯାତାୟାତରୁ ନିବୃତ୍ତ ରହିବାକୁ ବି କୁହାଯାଇଛି। ବର୍ଷା ପ୍ରଭାବରେ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ।
ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଗତକାଲି ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ସୋନପୁର, ଖୋର୍ଧା, ଜଗତସିଂହପୁର, କଳାହାଣ୍ଡି, ଗଂଜାମ, ମାଲକାନଗିରି, କୋରାପୁଟ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031