Indus Valley Times

କାଉଁରୀ କନ୍ୟା

 Breaking News

କାଉଁରୀ କନ୍ୟା

December 02
14:01 2021


ଆଲେକ୍ସ ଷ୍ଟିୱାର୍ଟ ସାହୁ

ସ୍ଵର୍ଗର ପରୀ ତୁମେ
ଅନୁପମା, ଅପୂର୍ବ ସୁନ୍ଦରୀ,
ତୁମ ରୂପ ଲବ୍ୟଣ୍ୟରୁ ଅମୃତ ଝରେ
ମୁନୀ, ଋଷି ଟଳି ଯିବେ
ସେ ପୀୟୂଷ ପାନ କରି ।

ମଥାରେ ତୁମର ଚନ୍ଦ୍ରର ଝଲକ
ଚିବୁକରେ ସୂର୍ଯ୍ୟଙ୍କ ରକ୍ତିମ ଅଭା,
ଶାନ୍ତ, କମନୀୟା ସୁନାର ହରିଣୀ ଗୋ ତୁମେ
ସ୍ବର୍ଗୀୟ ସୁଷମାରେ ଭରା ତୁମ ହୃଦୟ
ସତରେ, ତୁମେ ବେଶ ମନଲୋଭା।

ପାଦ ତୁମର ପଦ୍ମର ପ୍ରତିକୃତି
ପାଉଁଜି ତୁମର ଅହରହ
ସୌନ୍ଦର୍ଯ୍ୟର ସଂଗୀତ ଗାନ କରେ,
ଅଳସୀ କଟୀ ତୁମ ପ୍ରେମିକ ପିଆସୀ
ସମଗ୍ର ଶରୀର ଯୌବନର ସମ୍ଭାରରେ
ଆଉଟୁ ପାଉଟୁ
ଛାଟିପିଟି ହୁଏ ହଜି ଯିବା ପାଇଁ
କାହା ପ୍ରଶସ୍ତ ବକ୍ଷରେ ।

କାଉଁରୀ କନ୍ୟା ତୁମେ
ଆଖିରେ ତୁମର ପ୍ରେମର ଅଖଣ୍ଡ ଓ ପ୍ରଚଣ୍ଡ ଅଗ୍ନି ସ୍ଫୁଲିଙ୍ଗ
ସେ ଅଗ୍ନିରେ ପତଙ୍ଗ ହୋଇ ଝାସ ଦେଇ
ଜଳିଯିବା ଯିବା ପାଇଁ ଅପୂର୍ବ ଓ ଅଦମ୍ୟ କାମନା,
କାରଣ କାମନା ବିନାଶରେ ନିର୍ବାଣ ପ୍ରାପ୍ତି
ଅପ୍ରାପ୍ତିରେ ଅନେକ ଜ୍ବଳନ
ସ୍ୱର୍ଗ ତା ଦୂରର କଥା, ନର୍କକୁ ଯିବା ରାସ୍ତା ବି ମନା ।

————–

Titile: Kaurikanya

Poet: Alex Stewart Sahoo

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031