ଫରକ ପଡେ, ଆଉ କଷ୍ଟ ବି ହୁଏ !
ରଶ୍ମିତା ସାହୁ
ଝିଅ ହେଉ କି ପୁଅ ଯେତେବେଳେ ଘରେ ଥାଏ ତା ପାଖରେ ସବୁକିଛି ଥାଏ… ଭଲପାଇବା, ଘରଲୋକଙ୍କ ସ୍ନେହ, ମମତା, ଯେତେବେଳେ ଯାହା ଇଛା ହୁଏ ଖାଇବାକୁ ବୋଉକୁ କହି ବନେଇବା ଠାରୁ ଆରମ୍ଭ କରି ଭାଇ ଭଉଣୀଙ୍କ ସହ କଳି ଝଗଡା ସବୁକିଛି ଏମିତିରେ ଦିନ କଟିଥାଏ l ଆଉ ଯେତେବେଳେ ଘରୁ କୁଆଡେ ବାହାରକୁ ଗଲେ ଶହେଟା ପ୍ରଶ୍ନ l କୁଆଡେ ଯାଉଛୁ କାହା ସହିତ ଯାଉଛୁ କେତେବେଳେ ଫେରିବୁ ଜଲଦି ପଳେଇ ଆସିବୁ କହି, କେହି ନହେଲେ ନାଇଁ ଏତକ ପ୍ରଶ୍ନ ସାଙ୍ଗରେ ଦେଇ ମାଆ ଆମକୁ ଛାଡିଥାଏ l ଖାସକରି ଝିଅ ମାନଙ୍କ କ୍ଷେତ୍ରରେ ଅଧିକ l
ଆଉ ଏତେ ଗୁଡ଼େ ପ୍ରଶ୍ନ ଶୁଣି ଆମେ ମଧ୍ୟ ରାଗିଥାଉ l ହଁ ହଁ କହି ବାହାରି ବି ଯାଉ l ଆଉ ତାପରେ ଟିକେ ଟାଇମ ଏପଟ ସେପଟ ହେଲେ ଘରୁ ବାରମ୍ବାର ଫୋନ l କୋଉଠି ତୁ କେତେବେଳେ ଆସିବୁ ଟାଇମ ଜଣା ପଡୁନି ଜଲଦି ଆସେ l ଆସିବା ପରେ ବି ଏସବୁ ସରି ନଥାଏ l ବାରଣ୍ଡାରେ କେହି ଜଣେ ଅପେକ୍ଷା କରିଥାଏ, ଆଉ ଘରେ ପଶୁ ପଶୁ ଶୁଭେ କୁଆଡେ ଯାଇଥିଲୁ ଏତେ ସମୟ ହେଲା, ଏତେ ଡେରି ଯାଏ କୋଉଠି ଥିଲୁ ଖାଇଛୁ ତ, ଆସେ ଆଉ ଟି କ ଖାଇଦେବୁ, ଟିକେ ଖାଇଦେ, ପୁଣି ବିରକ୍ତି ଲାଗେ ଏସବୁ ଶୁଣି.ମନ ହୁଏ ଓଃ କୁଆଡେ ପଳାନ୍ତି କି ! ଯାହା ଇଚ୍ଛା ହୁଅନ୍ତା କରନ୍ତି କି !
କିନ୍ତୁ ସମୟ ଯେ ଏସବୁ କୁ ମନେ ରଖି ଗୋଟେ ଦିନ ସବୁ ସୁଦ୍ଧ ମୂଳ ସହିତ ସୁଝିଦିଏ ତାହା କାହାକୁ ଜଣା ନଥାଏ ! ଘରୁ ଗୋଡ କାଢି ଯେତେବେଳେ ଗୋଟେ ଝିଅ କି ପୁଅ ବାହାରକୁ ଚାକିରି ପାଇଁ ଯାଏ ସେତେବେଳେ ଏସବୁ ମିଳେନି l ଏତେ ଗୁଡ଼େ ପ୍ରଶ୍ନ କେହି ପଚାରିବାକୁ ପାଖରେ ନଥାନ୍ତି l ସ୍ୱାଧୀନତା ତ ମିଳିଯାଏ ହେଲେ ତାଗିଦ କରିବାକୁ କେହି ନଥାନ୍ତି, ଠିକ ଭୁଲ ବୁଝେଇବାକୁ ପାଖରେ କେହି ନଥାନ୍ତି ଘରଲୋକ ତ ପଚାରିବେ ହେଲେ ଆମ ସମୟକୁ ଦେଖି କାଳେ ଛୁଆଟା ବ୍ୟସ୍ତ ଥିବ ହାଲିଆ ହେଇଥିବ କାମ କରୁଥିବ ବହୁତ ଭାବି ଚିନ୍ତି ଫୋନ କରନ୍ତି ନହେଲେ ଆମ ଫୋନକୁ ଅପେକ୍ଷା କରିଥାନ୍ତି l
ବି-ସିଫ୍ଟ ସାରି ରାତି ବାରଟାରେ ଫେରିଲା ବେଳକୁ ଘର ନୁହେଁ ତ ରୁମ ପୁରା ଖାଁ ଖାଁ l କଣ ଖାଇଛୁ କଣ ନାଇଁ ଏତେ ଡେରି ଛୁଆଟା ହାଲିଆ ହେଇଯାଇଥିବ ନା ପଚାରିବାକୁ କିଏ ଥିବ ନା ବାଢିକି ଆଣିକି ଦେବାକୁ କିଏ ଥିବ lବେଳେବେଳେ ତ ରୋଷେଇ କରି ଯଦି ଯାଇନଥିବ ବିସ୍କୁଟ ପାଣି ନହେଲେ ଲାଷ୍ଟ ଅପସନ ମ୍ୟାଗି ନୁଡୁଲ l ଘର ସ୍ନେହ ମମତା ଭଲପାଇବା ବଡ଼ଙ୍କ ତାଗିଦ ଭାଇ ଭଉଣୀଙ୍କ ଝଗଡା ରଗାରୁଷା, ଖାସକରି ତୁମ ଫେରିବା ବାଟକୁ କେହିଜଣେ ଚାହିଁକି ରହିଵା, ଅପେକ୍ଷା କରିବା ଲ ଜୀବନରେ ଏତିକି ତ ଦରକାର l
———————
It makes a difference and pains, too
Story writer: Rashmita Sahoo