Indus Valley Times

Boudh News

 Breaking News

Boudh News

April 23
22:04 2021

By Kambhudhar Kheti

ଚାରି ବର୍ଷର ଡିଏ ଇନକ୍ରିମେଣ୍ଟ ଓ ୬ ମାସର ବକେୟା ଦରମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଠାରେ ଫେରାହେଲେ ଶିକ୍ଷକ ଶିକ୍ଷୟତ୍ରୀ
ବୌଦ୍ଧ,୨୩/୪-ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ୯୪ ଜଣ ଲେଭଲ ୫ ଏକ୍ସ କେଡର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ୪ ବର୍ଷର ଡିଏ ଇନକ୍ରିମେଟଂ ଓ ୬ ମାସର ବକେୟା ଦରମା ପ୍ରଦାନ ଦାବିରେ ଆଜି ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଅଭିଯୋଗରୁ ଜଣାଯାଏ ଯେ, ୨୦୧୭ ମାର୍ଚ୍ଚ ମାସରୁ ୯୬ ଜଣ ଲେଭଲ ୫ ଏକ୍ସ କେଡର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇଛନ୍ତି । ଆଜକୁ ୪ ବର୍ଷ ହେବ ସେମାନଙ୍କ ଡିଏ ଇନକ୍ରିମେଟଂ ଓ ୬ ମାସର ବକେୟା ଦରମା ମିଳିନାହିିଁ । ଏହି ବାବଦରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଡିପିସି ସମଗ୍ର ଶିକ୍ଷା ବୌଦ୍ଧଙ୍କୁ ଲିଖିତ ଭାବରେ ବାରମ୍ବାର ଜଣାଇ ଥିଲେ ମଧ୍ୟ ସେମାନଙ୍କ ଡିଏ ଇନକ୍ରିମେଟଂ ଓ ୬ ମାସର ବକେୟା ଦରମା ମିଳୁନାହିଁ । ଗତ ମାର୍ଚ୍ଚ ମାସରେ ବାର୍ଷିକ ଇନକ୍ରିମେଟଂ ମାର୍ଚ୍ଚ ମାସର ଦରମା ଯୋଗ କରି ପ୍ରଦାନ କରିବା ପାଇଁ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଜଣାଇଥିଲୁ । ଜଣାଇବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ବାର୍ଷିକ ଇନକ୍ରିମେଟଂର ରିକ୍ରୁଟମେଟଂ ଚିଠି ୩୩ ଜଣ ଓଟିଇଟି ପାଶ କରିଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଡିପିସିଙ୍କୁ ମାଗିଥିଲେ । ତାହା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବୌଦ୍ଧ ଆସି ଡିପିସିଙ୍କୁ ମାର୍ଚ୍ଚ ମାସର ଇନକ୍ରିମେଟଂ ଏବଂ ୪ ବର୍ଷର ବକେୟା ଥିବା ଡିଏ ଏବଂ ଇନକ୍ରିମେଟଂର ବକେୟା ଦରମା ପ୍ରଦାନ କରିବାକୁ ଲିଖିତ ଭାବରେ ଜଣାଇଥିଲେ । ହେଲେ ସେମାନଙ୍କୁ ମାର୍ଚ୍ଚ ମାସର ଦରମାରେ ଦିଆଗଲା ନାହିଁ । ଅପର ପକ୍ଷରେ ହାରାହାରି ମୁଣ୍ଡ ପିଛା ୨୯୬୨୦ ଟଙ୍କା ହିସାବରେ ମାର୍ଚ୍ଚ ମାସର ଦରମା ଦିଆଯାଇଛି । ଯ।।ହାକି ମାର୍ଚ୍ଚ ମାସର ଦରମା ଦେବାରେ ଅର୍ଥର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଇଅଛି । ଅପର ପକ୍ଷରେ ସେମାନଙ୍କ ଠାରୁ ବହୁ ପଛରେ ବୌଦ୍ଧଜିଲ୍ଲାର ୩ ବ୍ଲକର ୩ ଗୋଷ୍ଠୀର ଲେଭେଲ ୫ ଏକ୍ସ କେଡର ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ହୋଇଛନ୍ତି ସେମାନଙ୍କୁ ଦ୍ୱିତୀୟ କିସ୍ତିରେ ମୋଟ ବକେୟା ଦରମା ୧ କୋଟି ୩୯ ଲକ୍ଷ ୫୯ ହଜାର ୩୬୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ କୌଣସି ରିକ୍ରୃୁମେଟଂ ଚିଠି କରାଯାଇ ନ ଥିବା ଏବଂ ଏହି ଗୋଷ୍ଠିର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରବର୍ତ୍ତି ସମୟରେ ୬.୧୧.୨୦ରେ ୧୦ ଜଣ ୨୨.୧୨.୨୦ରେ ୪୫ ଜଣ ଏବଂ ୨୦୧୯ରେ ୮୫ ଜଣ ଏହି ପରି ୧୪୦ ଲେଭଲ ୫ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିନା ରିକ୍ରୁମେଟଂ ଚିଠିରେ ସେମାନଙ୍କ ବକେୟା ଦରମା ଦିଆଯାଇଥିବା ବେଳେ ସେମାନଙ୍କୁ ଡିଏ ଇନକ୍ରିମେଟଂ ଓ ୬ ମାସର ବକେୟା ଦରମା ମିଳି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ସମସ୍ତ କାଗଜପତ୍ର ଯାଂଚ କରି ସେମାନଙ୍କ ଡିଏ ଇନକ୍ରିମେଟଂ ଓ ୬ ମାସର ବକେୟା ଦରମା ପ୍ରଦାନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।


ବୌଦ୍ଧ ଜିଲ୍ଲାରେ ୨୦ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୩/୪-ବୌଦ୍ଧଜିଲ୍ଲାରୁ ଆଜି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂର୍କ ଅଧିକାରୀ ରୀତାକନ୍ତି ବଳିୟାରସିଂହ ସୂଚନା ପ୍ରଦାନ କରିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ କଟାଂମାଳ ବ୍ଲକର ଯୋଗାଇପୁର,ରତାଖଣ୍ଡି, ସାନବାହାଜୁର,ପୁରୁଣାପାଣି,ସେମେଲଗୁରା ଗ୍ରାମରୁ ଜଣେ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ବ୍ଲକ ତେତେଲେଙ୍ଗା ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକର ଅରଖପଦର, ଲୁଣିବାହଲ ଗ୍ରାମରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଏନଏସି ଅଂଚଳରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୨୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ଦ୍ୱିତିୟ ଲହରୀରେ ଜିଲ୍ଲାରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ, ୧୭ ହଜାର ଟଙ୍କା ଜରିମାନା ଆଦାୟ
ବୌଦ୍ଧ,୨୩/୪-ବୌଦ୍ଧଜିଲ୍ଲାରେ କରୋନା ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମାନିବାକୁ ଜନସାଧାରଣଙ୍କୁ ବାରମ୍ବାର ଅନୁରୋଧ କରାଯାଉ ଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଦେଉଛି । ଆଜି ଜିଲ୍ଲା ପ୍ରଶାସନ, ପୋଲିସ ଓ ଏନଏସି ପକ୍ଷରୁ ସହରର ଗାନ୍ଧୀଛକ, ଦୈନିକ ବଜାର, ପୋଡାପୋଡା ଆଦି ଅଂଚଳରେ କେତେକ ଦୋକାନ ଗୁଡିକରେ ପ୍ରବଳ ଗହଳି ସହିତ ସାମାଜିକ ଦୂରତା ମାନୁନ ଥିବା ଯୋଗୁଁ ସେହି ଦୋକାନମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଜରିମାନା ବାବଦକୁ ୧୭ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ଦୋକାନୀମାନଙ୍କୁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।


ବୌଦ୍ଧରେ ପ୍ରସ୍ତାବିତ ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ
ବୌଦ୍ଧ,୨୩ା୪: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସଂହପୁରଠାରେ ପ୍ରସ୍ତାବିତ ନନ୍ଦନବନ କୁ ରାଜ୍ୟ ପରିବେଶ ପାର୍କ ଭାବରେ ଗଢିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ବୀରନରସିଂହପୁର ନିକଟରେ ୧୩୦୭ ଏକର ଜାଗାରେ ଫରେଷ୍ଟ ନର୍ସରୀ ନିର୍ମାଣ କରିବା ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ବାଘ,ହରିଣ,ସାପ ଓ ବିନ୍ନ ପଶୁ ପକ୍ଷୀଙ୍କ ପାଇଁ ଆବଶ୍ୟକୀୟ ସ୍ଥାନ ନିରୁପଣ,ଜଳଉତ୍ସ ଚିହ୍ନଟ,ଔଷଧୀୟ ଚାରା ରୋପଣ ପାଇଁ ଜାଗା ଚିହ୍ନଟ,ପ୍ରକଳ୍ପ ସୂରକ୍ଷା ପାଇଁ ପ୍ରାଚୀର ନିର୍ମାଣ,ବନ୍ୟଜନ୍ତୁ ଉଦ୍ଧାର ଓ ସଂରକ୍ଷଣ କେନ୍ଦ୍ର ପାଇଁ ଯୁବଯୁକ୍ତ ସ୍ଥାନ ଚିହ୍ନଟ,ପର୍ବତ ଜୋନ ,ଉଦ୍ୟାନ ତଥା ପାର୍କ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟସହ ନନ୍ଦନବନକୁ ରାଜ୍ୟ ପ୍ରୋଜେକ୍ଟରେ ସାମିଲ ପାଇଁ ଚିହ୍ନଟ ହୋଇଥିବା ଆଲୋଚନା ହୋଇଥିଲା ।

ସୂଚନା ଯୋଗ୍ୟଯେ ଗତ ଅପ୍ରେଲ ୧୪ ତାରିଖ ଦିନ ଜିଲ୍ଲାପ୍ରଶାସନର ଅଧିକାରୀ ଏବଂ ୫ଟି ବିଭାଗର ଅଧିକାରୀମାନଙ୍କ ଦ୍ୱାରା ନନ୍ଦନ ବନ ସଫାରୀ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପିଲର କାମ ଶେଷ ହୋଇସାରିଥିବାବେଳେ ଆର୍କିଟେକଚରଙ୍କ ଠାରୁ ପ୍ଲାନ ଡିଜାଇନ ପ୍ରସ୍ତ୍‌ୁତ କରାଯାଇ ଅଧ୍ୟକ୍ଷ ପଲିଟେକନିକଙ୍କୁ ସଂପୁର୍ଣ୍ଣ ଭାବରେ ସର୍ଭେ କାର୍ଯ୍ୟ ଦେଖିବା ପାଇଁ ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୫ ଟି ସ୍ଥାନରେ ଚେକ୍‌ଡ୍ୟାମ ନିର୍ମାଣସହ ପୁର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ,କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ କେନାଲ ନିର୍ମାଣ,ଉଦ୍ୟାନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ସହିତ ଉଦ୍ୟାନ ଗଠନ ଏବଂ ସମସ୍ତ ଅଧିକାରୀମାନେ ଉକ୍ତ ଯାଗାକୁ ଯାଇ ନିଜ ନିିଜ ପ୍ଲାନରେ କଣ କଣ ସାମିଲ କରାଯିବ ତା ଉପରେ ନିଜ ମତ୍ତାମତ୍ତ ଦେବାପାଇଁ ଜିଲ୍ଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗରେ ଏହି ନନ୍ଦନ ବନ ପ୍ରକଳ୍ପର ଆନୁସଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ ।

ନନ୍ଦନ ବନ ପ୍ରକଳ୍ପର ପାଖାପାଖି ଜାଗାରେ ହୋଟେଲ,ପାର୍କିଂ ସ୍ଥାନ ନିରୂପଣ,ଟିକେଟ କାଉଣ୍ଟର,ସଫାରୀ,ୱାଟର ଜୋନ ଓ ଉଦ୍ୟାନ ନିର୍ମାଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଡ୍ରୋନ କ୍ୟାମରାରେ ଏହି ସମସ୍ତ ଜାଗାର ଭିଡିଓଚିତ୍ର ଉତ୍ତୋଳନ ସହିତ ଚେକ୍‌ଡ୍ୟାମ କାମ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲାପାଳ ଶ୍ରୀମିଶ୍ର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ କରୋନା ମହାମାରୀ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରିହିବା ଜରୂରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି.ରଘୁନାଥ ରାଓ, ବୌଦ୍ଧଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ,ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ଦଳବେହେରା,ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ,ବୌଦ୍ଧଗଡ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକସଂର୍କ ଅଧିକାରୀ ରୀତାକନ୍ତି ବଳିୟାରସିଂହଙ୍କ ସମେତ କୃଷି,ଉଦ୍ୟାନ,ପୁର୍ତ୍ତ,କ୍ଷୁଦ୍ରଜଳସେଚନ ଓ ଜଳଛାୟା ମିଶନର ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031