Indus Valley Times

ବଲାଙ୍ଗୀର: ଜେଲ୍ ମେ ସୁଡ଼ଙ୍ଗ

 Breaking News

ବଲାଙ୍ଗୀର: ଜେଲ୍ ମେ ସୁଡ଼ଙ୍ଗ

December 19
07:16 2020

Gangster Dhalasamanta brothers enjoy royal life in Bolangir jail

By Mahendra Kumar Darjee

ବଲାଙ୍ଗୀର, Dec. 12: ଶୋଲେ ଫ୍ଲିମ୍ ରେ ଅସରାନି ଜେଲ୍ ମେ ସୁଡ଼ଙ୍ଗ ଡାଇଲଗ୍ କହିଥିଲା । ବର୍ତ୍ତମାନ ବଲାଙ୍ଗୀର ଜେଲ୍ ମେ ସୁଡ଼ଙ୍ଗ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ବଲାଙ୍ଗୀର ଜେଲ୍ ରେ ସଜା କାଟୁଥିବା ବେଳେ ଜେଲ୍ ଭିତର ତା ପାଇଁ ଭୂସ୍ବର୍ଗ ପାଲଟିଛି । ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ତା ପାଖକୁ ଅନାୟସରେ ପହଞ୍ଚିଛି । ଏକ ପ୍ରକାର ଅପରାଧିକ ସାମ୍ରାଜ୍ୟ ଜେଲ୍ ଭିତରେ ବିସ୍ତାର କରିବାରେ ଲାଗିଛି । ଜେଲ୍ କତୃପକ୍ଷ ଙ୍କ ଏଥିରେ ସଂପୃକ୍ତି ଥାଉ କିମ୍ବା ତାଙ୍କ ଅଜାଣତରେ ହେଉଥାଉ ଖୋଦ୍ ଜେଲ୍ କତୃପକ୍ଷ ଦାୟୀ ।

ମୁଖ୍ୟ ବିଷୟ ହେଉଛି ଜେଲ୍ ଭିତରକୁ ମୋବାଇଲ୍ ମନା ଥିବା ବେଳେ ଜେଲ୍ ଭିତରକୁ ମୋବାଇଲ୍ ଗଲା କିପରି । କିଏ ମୋବାଇଲ୍ ନେଇ ଜେଲ୍ ଭିତର ରହସ୍ୟ ବାହାରକୁ ଆଣିଲା । ଜେଲ୍ ଭିତର ଦୃଶ୍ୟ ବାହାରେ ଖୁଲମଖୁଲା ଘୁରି ବୁଲିଲା । ତେବେ କଣ ଜେଲ୍ ଭିତରେ ସୁଡ଼ଙ୍ଗ ଅଛି କି? ଜେଲ୍ ଭିତିରି ତଥ୍ୟ ତଥା ଭିଡିଓ ସର୍ବସାଧାରଣରେ ଘୁରି ବୁଲିଲା କିପରି । ଏଥିରୁ ଜଣାପଡେ ଜେଲ୍ କତୃପକ୍ଷ ଜେଲ୍ ସମ୍ଭାଳିବାକୁ ସମ୍ପୂର୍ଣ୍ଣ ବିଫଳ । ତେବେ ଏଭଳି ଅଯୋଗ୍ୟ ଅଧିକାରୀ ଙ୍କୁ ବଲାଙ୍ଗୀର ଜେଲ୍ ରେ ବର୍ତମାନ ପର୍ଯ୍ୟନ୍ତ କିପରି ଅବସ୍ଥାପିତ କରାଯାଇଛି ବୋଲି ଚର୍ଚ୍ଚା ହୁଏ । ଜେଲ୍ ଅଧିକାରୀ ଙ୍କ ଉପରେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କିପରି ।

ଜେଲ୍ ମାନୁଆଲ ଅନୁଯାୟୀ କୌଣସି ବାହ୍ୟ ପଦାର୍ଥ ଜେଲ୍ ଭିତରକୁ ମନା । ତେବେ ଧଳ ସାମନ୍ତ ସେଲ୍ ଭିତର କୁ ବ୍ୟାୟାମ ସାମଗ୍ରୀ ଆସିଲା କିପରି ।ଛୁଞ୍ଚି , ଚାମୁଚ,ଅନ୍ୟାନ୍ୟ ସମ୍ବେଦନଶୀଳ ଜିନିଷ ଜେଲ୍ ଭିତରକୁ ମନା ଥିବା ବେଳେ ଧଳ ସାମନ୍ତ ଙ୍କୁ ଏ ସାମଗ୍ରୀ ମିଳିଲା କିପରି । ବାହ୍ୟ ସାମଗ୍ରୀ ଜେଲ୍ ଭିତରକୁ ଆସିବା ପୂର୍ବରୁ ଜେଲ୍ କତୃପକ୍ଷ ଙ୍କ ଯାଞ୍ଚ ପରେ ଭିତରକୁ ଯାଏ । ଖାଦ୍ୟ ସାମଗ୍ରୀ ଭିତରକୁ ନେବା ପୂର୍ବରୁ ଜେଲ୍ ଅଧିକାରୀ ସେହି ଖାଦ୍ୟ କୁ ପ୍ରଥମେ ଖାଇବା ଯୋଗ୍ୟ କି ନୁହେଁ ତଦାରଖ ପରେ ଜେଲ୍ ଭିତରକୁ ଯାଏ । ବିନା ଯାଞ୍ଚ ରେ ଖାଦ୍ୟ ତଥା ପ୍ରସାଧନ ସାମଗ୍ରୀ ଜେଲ୍ ଭିତରକୁ ଗଲା କିପରି । ଜେଲ୍ ଭିତରେ ଲାଗିଥିବା ସିସିଟିଭି ଜେଲ୍ ଅଧିକ୍ଷକ ଙ୍କ ଅଫିସ୍ ଭିତରେ ଥିବା ଟିଭି ସ୍କ୍ରିନ୍ ରେ ସମସ୍ତ ସେଲ୍ ର ସ୍ଥିତି ଦେଖାଯାଉଥିବା ବେଳେ ଜେଲ୍ ଅଧିକ୍ଷକ ଙ୍କୁ ଜେଲ୍ ଭିତରେ ଦୁଇଟି ସେଲ୍ କୁ ଧଳ ସାମନ୍ତ କବଜା କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଥିବା ଦେଖି ପାରିଲେ ନି କେମିତି ।

ତେବେ ଚର୍ଚ୍ଚା ହୁଏ ଧଳ ସାମନ୍ତ ଙ୍କ ଅପରାଧିକ କାର୍ଯ୍ୟକଳାପ କୁ ଖୋଦ୍ ଜେଲ୍ ଅଧିକ୍ଷକ ପ୍ରୋତ୍ସାହନ ଦେଉଥିଲେ କି । ବଲାଙ୍ଗୀର ଜିଲ୍ଲା କାରାଗାର ଏକ ସମ୍ବେଦନଶୀଳ କାରାଗାର ହୋଇଥିବା ବେଳେ ପୂର୍ବରୁ ଏହି ଜେଲ୍ ରେ ହାଇଦର ଭଳି କୁକ୍ଷାତ୍ ଅପରାଧୀ ସଜା କାଟୁଥିଲେ । ଏବେ ପାଟଣାଗଡ଼ ପାର୍ଶଳ ବମ୍ ବିସ୍ଫୋରଣ ର ମୁଖ୍ୟ ପୂଂଜିଲାଲ୍ ଜେଲ୍ ଭିତରେ ସଜା କାଟୁଛି । ତେବେ ଜେଲ୍ ଡିଜି ଏଭଳି ଏକ ସମ୍ବେଦନଶୀଳ କାରାଗାର କୁ ଏକ ସାଙ୍ଗରେ ଦୁଇ ଜଣ ମହିଳା ଅଧିକାରୀ ଙ୍କୁ ସ୍ଥାନାନ୍ତର କଲେ କିପରି । ଜେଲ୍ ଭିତରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ କୁ କେଊ କାରଣରୁ ଜେଲ୍ ଅଧିକ୍ଷକ ଏବଂ ଜେଲର ନୀରବ ରହିଲେ । ଚର୍ଚ୍ଚା ହୁଏ କୁଆଡେ ଧଳ ସାମନ୍ତ ପ୍ରତି ତାଙ୍କର ଆନୁଗତ୍ୟ ପ୍ରଦର୍ଶନ କରୁଥିଲେ ନା ଭୟ କରୁଥିଲେ । ତେବେ ଜେଲ୍ ଭିତରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ତଥା ଜେଳଭିତରୁ ସମସ୍ତ ତଥ୍ୟ କାହା ମାଧ୍ୟମରେ ବାହାରକୁ ଆସିଲା । ମୋବାଇଲ୍ ଜେଲ୍ ଭିତରକୁ ଗଲା କିପରି । କିଏ ଫଟୋ ତଥା ଭିଡିଓ କରି ପଦାକୁ ଆଣିଲା । ଜେଲ୍ ଭିତରକୁ ନିଶା ଦ୍ରବ୍ୟ, ବିଡି , ସିଗାରେଟ୍ ନେଇ କିଏ ଦେଲା । ଏ ସମସ୍ତ ଅପରାଧ ପାଇଁ ଦାୟୀ କିଏ ? ତେବେ ଜେଲ୍ ଅଧିକାରୀ ଙ୍କ ଧଳ ସାମନ୍ତ ସହ କିଭଳି ସଂପୃକ୍ତି ର ଉଚ୍ଚ ସ୍ଥରୀୟ ତଦନ୍ତ ଆବଶ୍ୟକ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031