Indus Valley Times

ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା

 Breaking News

ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା

ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା
May 17
18:54 2026

ବରଦା ଦାସଙ୍କ ରିପୋର୍ଟ
କଟକ,୧୭/୫ : ବାରମ୍ବାର ବେଦ ମନ୍ତ୍ରକୁ ସଠିକ୍ ଭାବେ ଉଚ୍ଚାରଣ କଲେ ରୋଗ ଉପଶମ ହୋଇଥାଏ ।ଶୟଣାଚାର୍ଯ୍ୟ ଲୋକ କଲ୍ୟାଣ ନିମନ୍ତେ ବେଦ ର ଭାଷ୍ୟ ରଚନା କରିଥିଲେ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ତଥା ଉଜ୍ ୟିନୀ ସ୍ଥିତ ରାଷ୍ଟ୍ରୀୟ ସନ୍ଦିପନି ପ୍ରତିଷ୍ଠାନ ର କାର୍ଯ୍ୟକାରୀ ସଭ୍ୟ ପ୍ରାକ୍ତନ ପ୍ରଫେସର ଦିବାକର ମହାପାତ୍ର କହିଥିଲେ ।
କେରଳର ଆୟୁର୍ବେଦ ଡାକ୍ତର ଶୁଭକରଣଙ୍କ ଲିଖିତ ପୁସ୍ତକ ଶ୍ରୀ ରୁଦ୍ରଙ୍ଗ ଡିକୋଡେଡ କୁ ସମସ୍ତେ ପାଠ କଲେ ଉପକୃତ ହେବେ ବୋଲି ସେ କହିଥିଲେ ।
ଡାକ୍ତର ଗୋପାଳ ଚନ୍ଦ୍ର ଦାଶ ସୁସ୍ଥ ଶରୀର ପାଇଁ ଅଥର୍ବ ବେଦରେ କିପରି ମନ୍ତ୍ର ଉଲ୍ଲେଖ ରହିଛି ସେ ବିଷୟରେ ବିଶଦ ଭାବେ ଆଲୋଚନା କରି ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ ।
ପୂର୍ବତନ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହି ନିଜ ଲିଖିତ ପୁସ୍ତକ ସୂର୍ଯ୍ୟକିରଣ ଓ ଜଳ ଦ୍ୱାରା ଚିକିତ୍ସା ସମ୍ପର୍କରେ କହି ରୋଗ ର କାରଣ ଓ ନିରାକରଣ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ।
ସମାଜର ପୂର୍ବତନ ବରିଷ୍ଠ ସାମ୍ବାଦିକ ସମୀକ୍ଷା କରି କହିଲେ ଯେ ଆଧୁନିକ ଚିକିତ୍ସାର ମନ୍ତ୍ର ଉଚ୍ଚାରଣ ବିକଳ୍ପ ନୁହେଁ,ପୁରାତନ ଯୁଗରେ ମନ୍ତ୍ର ଚିକିତ୍ସାର ପ୍ରାଧାନ୍ୟ ଥିଲା ।
ଏବେ ଏହା ଦ୍ୱାରା କେବଳ ରୋଗ ଉପଶମ କରିହେବ । ସଂଯୋଜନା କରି ଥିଙ୍କର୍ଷ କ୍ଲବ ସଭାପତି ୧୫୩ ତମ ଆଭାସୀ ତଥା ସମସ୍ତ ପ୍ରାୟୋଜିତ ଆଲୋଚନା କିପରି ସମସ୍ତଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ସେ ବିଷୟରେ ସମସ୍ତେ ଉପଲବ୍ଧି କରିଥିଲେ ।
କେନ୍ଦ୍ର ସରକାର ଏ ଦିଗରେ ପ୍ରୋତ୍ସାହନ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ସମ୍ମତି ପ୍ରକାଶ କରିଥିଲେ ।
ପ୍ରଫେସର ଉମାଶଙ୍କର ମିଶ୍ର ପ୍ରଶ୍ନ ପଚାରି ସଙ୍କା ଦୂର କରିଥିଲେ । ସର୍ବଶ୍ରୀ ଡ ମଧୁମିତା ଷଡ଼ଙ୍ଗୀ, ଇ ସୁଧାକର ପତ୍ରୀ,ମମତା ବିଶୋଇ,ଅକ୍ଷୟ ସ୍ୱାଇଁ,ବି ମହାରଣା,ସଞ୍ଜୟ କୁମାର ପାଣିଗ୍ରାହୀ,ମିହିର ଶତପଥୀ,ଦୁର୍ଗା ଶଙ୍କର ଦାସ,ବିଳାସିନୀ ସାହୁ,ସୁବ୍ରତ ଦାସ,ଶର୍ମିଷ୍ଠା ନାହାକ,ପ୍ରଦୀପ ସାମଲ,ବିଜୟ ଆଚାର‌୍ୟ୍ୟ,ସୁଶ୍ରୀ ସୁମେଧା ଦାସ,ଶୋଭା ରାଣୀ ଓ ୟୁ ଟ୍ୟୁବ୍ ରେ ବହୁ ଶ୍ରୋତା ଯୋଗ ଦେଇ ଶୁଣିଥିଲେ । ପରବର୍ତ୍ତୀ ଆଲୋଚନା ବିବାହ ସଂସ୍କାର ବିଷୟରେ ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031